Below header

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ତନାଘନା: ପୁରୀରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଆରମ୍ଭ ହୋଇଛି ତନାଘନା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଆସି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ରୋଷଘରର ୪୩ଟି ଚୁଲି ଭଙ୍ଗାଯାଇଥିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ସିସିଟିଭ୍‌ ଫୁଟେଜ ଯାଞ୍ଚରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତେବେ ସେ ଉଦ୍ଦେଶ୍ୟମୂଳକ ଭାବରେ କରିଛନ୍ତି ନା ଆଉ କିଛି କାରଣ ରହିଛି ଅନୁଧ୍ୟାନ ଚାଳିଛି ।

ଏହିଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ସିସିଟିଭ୍‌ କ୍ୟାମେରା ଲଗାଯିବ । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ମୁଖ୍ୟ ସଚିବ ଓ ପୋଲିସ ଡିଜି କହିଛନ୍ତି । ରୋଷଘର ଚୁଲା ଭଙ୍ଗାଯିବା ନେଇ ଆଇପିସିର ଦଫା ୪୨୭, ୨୯୫, ଶ୍ରୀମନ୍ଦିର ପ୍ରଶାସନର ଆଇନ ୩୦(କ), ୪(ବି)ରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରୁଛି ୫ ଜଣିଆ ଅନ୍ତରୀଣ କମିଟି । ଗତକାଲି ସକାଳେ ସୁଆରମାନେ ରୋଷ କାର୍ଯ୍ୟ ପାଇଁ ଯିବା ବେଳେ ଚୁଲି ଭଙ୍ଗା ଯାଇଥିବା ଦେଖିଥିଲେ । ଶ୍ରୀମନ୍ଦିର ଇତିହାସରେ ରୋଷ ଚୁଲି ଭଙ୍ଗାଯିବା ଘଟଣା ପ୍ରଥମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.