ଏଥର ଖାଇପାରିବେ ବାଘ ସିଂହଙ୍କ ଭଳି ପଶୁଙ୍କ ମାଂସ, କିନ୍ତୁ ଏମାନଙ୍କୁ ହତ୍ୟା କରାଯିବନି

ବର୍ତ୍ତମାନ ସମସ୍ତେ ଯେମିତି ଆମିଷ ଖାଦ୍ୟର ବଶବର୍ତ୍ତୀ । ଘରେ ବାହାରେ ପାଟିରେ ଆମିଷ ନବାଜିଲେ ଖାଦ୍ୟ ଭଲଲାଗୁନି । ବିଶେଷ କରି ବାହାରେ ହୋଟେଲ ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଷ୍ଟ୍ରିଟମାନଙ୍କରେ ଏସବୁର ଚାହିଦା ଅଧିକ । ଯେମିତିକି ଚିକେନ, ମଟନ, ରେଡମିଟ ଇତ୍ୟାଦି । ତା ସହିତ ଲୋକେ ଏବେ ନୂଆ ନୂଆ ଖାଦ୍ୟର ଅନେ୍ଵଷଣର । ଟେଷ୍ଟ ନେବା ପାଇଁ ଯେମିତି ଧାଡିରେ ରହୁଛନ୍ତି ଲେକେ । ଏସବୁ ବିତରେ ଖବର ଆସିଛି କି ଆପଣ ଏଙି ଆମିଷ ଖାଦ୍ୟର ନୂଆ ଟେଷ୍ଟ ପାଇବେ । ମାନେ ଅନ୍ୟପଶୁଙ୍କ ମାଂସର ଟେଷ୍ଟ ।

ଫୁଡ ଟେକ୍ନୋଲୋଜି ଷ୍ଟାଟଅପ ପ୍ରିମେଭାଲ ଫୁଡ୍ସ କମ୍ପାନୀ କହିଛି କି ଏଥର ଆପଣଙ୍କୁ ମିଳିବ ହିଂସ୍ର ପଶୁଙ୍କ ମାଂସ । କିନ୍ତୁ ଏକଥା ବି କୁହାଯାଇଛି କି କୌଣସି ବି ପଶୁଙ୍କ ସହ ନିର୍ଦ୍ଦୟ ଭାବନା ଦେଖାଯିବନାହିଁ । ହେଲେ ଏହା କିଭଲି ସମ୍ଭବ । ପ୍ରକୃତ କଥା ହେଉଛି ଏହି ମାଂସ ଆପଣଙ୍କୁ ଲ୍ୟାବରୁ ମିଳିପାରିବ । ଏବେ ଲ୍ୟାବରୁ ହେବ ମାଂସ ତିଆରି । ଏହି ମାଂସରୁ ତିଆରି ଅନ୍ୟାନ୍ୟ ଖାଦ୍ୟ ତିଆରି ହେବ । ଅତିଶୀଘ୍ର ଏହା ପାଇପାରିବେ ଲେକେ ।

ଏହି କମ୍ପାନୀର କହିବା କଥା ଲଣ୍ଡନ ସ୍ଥିତ ମିଶଲିନ ଷ୍ଟାର୍ଡ କ୍ୟାଟଗରୀ ୱାଲା ପ୍ରଥମ ଏଭଳି ରେଷ୍ଟୁରାଣ୍ଡ ଯେଉଁଠାରେ ଏହି ଖାଦ୍ୟ ପରଶା ଯିବ । ପରେ ଏହାର ବଡ ମାତ୍ରାରେ ପ୍ରଚାର କରାଯିବ । ସ୍ଠାନୀୟ ବଜାର ଓ ସୁପର ମାର୍କେଟରେ ବି ଏହା ମିଳିବ । ଯାହା ପାଇଁ ନିୟାମକ ସଂସ୍ଥାର ମଞ୍ଜିରୁ ପାଇଁ ଅପେକ୍ଷା କରାଯାଇଛି ।

ତେବେ ଏହାକୁ ନେଇ କମ୍ପାନୀର ମାଲିକଙ୍କ ମଧ୍ୟରୁ ଜଣେ ୟିଲମାଜ ବାରୋ କହିଛନ୍ତି କି ଲୋକେ ସବୁବେଳେ ନୂଆ ଖାଦ୍ୟର ତଲାସ କରୁଛନ୍ତି । ତା ସହ ନୂଆ ରେଷ୍ଟୁରାଣ୍ଟର ମଧ୍ୟ ତଲାସ କରୁଛନ୍ତି । କିନ୍ତୁ ଯଦି ଏହି ମାଂସ ଆସୁଛି ତେବେ ଲେକେ ଚିକେନ ବିଫ ଓ ପାରମ୍ପରିକ ଖାଦ୍ୟ ଠାରୁ ବି ଆଗକୁ ଭାବିବେ । ତାଛଡା ବଡକଥା ଏଇଆ କି ଏହା କରିବା ଦ୍ୱାରା ପ୍ରକୃତିର ମଧ୍ୟ କୌଣସି ପ୍ରକାର କ୍ଷତି ହେବ ନାହିଁ ।
ଲ୍ୟାବରେ ମାଂସ ତିଆରି କରିବା ପାଇଁ ପଶୁଙ୍କୁ ମରାଯାଏ ନାହିଁ । ଏହି ମାଂସ ପଶୁଙ୍କର କୋଶିକାରୁ ସିଧାସଳଖ ତିଆରି ହେବ । ଏହାକୁ ତିଆରି କରୁଥିବା ନିର୍ମାତା ମାଂସରେ ଥିବା ପୋଷଣ ପଦାର୍ଥକୁ ରଖିବା ପାଇଁ ଚେଷ୍ଟା କରୁଛନ୍ତି ।

ଯଦିଓ ଏହି ଲ୍ୟାବ ମାଂସ ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରଆଲ ସ୍ତରରେ ତିଆରି କରାଯାଇନାହିଁ ।ତେଣୁ ଏଥିରୁ ଫାଇଦା କଣ ହେବ ଏହା ଉପରେ ବି ଏକ ବଡ ପ୍ରଶ୍ନ ରହିଛି । ହଁ ଷ୍ଟଡି ମୁତାବକ ଯାହା କୁହାଯାଉଛି କି ଲ୍ୟାବରେ ବନାଯାଉଥିବା ମାଂସ ପାରମ୍ପରିତ ମାଂସ ତୁଳନାରେ କମ କ୍ଷତି ଅଟେ । ଗ୍ରୀନ ହାଉସ ଅକ୍ସିଜେନ ଗ୍ୟାସ ସ୍ତରରେ ବି ୭୮ରୁ ୯୯ପ୍ରତିଶତ କମ ହେବ । ସେଇଠି ମାଟିର ଉପଯୋଗ ବି ୯୯ପ୍ରତିଶତ କମିଯିବ । ଏହା ଛଡା ପାଣିର ଉପଯୋଗ ବି ୮୨ରୁ ୯୬ପ୍ରତିଶତ କମ ହୋଇଯିବ ।

ଫିନାନ୍ସିଆଲ ଏକ୍ସପର୍ଟଙ୍କ ମୁତାବିକ ନୂଆ ଷ୍ଟାଟଅପର କଥାବାର୍ତ୍ତା ଚାଲିଛି । କିନ୍ତୁ ଆମେରୀକାର କେ କମ୍ପାନୀକୁ ୨୦୨୧ରେ ଶେଷ ତିନିମାସରେ କୋଟି କୋଟିର କ୍ଷତି ହୋଇଥିଲା । ଏହି କ୍ଷତିକୁ ବର୍ତ୍ତମାନ ପ୍ରାଇମବଲ ଫୁଡ୍ସ କମ୍ପାନୀ ଏକ ସୁଯୋଗ ଭଳି ନେଉଛି । ତେଣୁ ଆଗକୁ ଜଣାପଡିବ ଏହାକୁ ନେଇ କଣ ରାୟ ଆସୁଛି ଆଉ କେମିତି ପସନ୍ଦ କରୁଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.