Below header

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼, ରାତ୍ର ଜଗୁଆଳି ଦେଲେ ଚାଞ୍ଚଲ୍ୟକର ବୟାନ

ପାରଳାଖେମୁଣ୍ଡି(କେନ୍ୟୁଜ୍‌) : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି । ଏବେ ପୂର୍ବତନ ରାତ୍ର ଜଗୁଆଳି ଗଙ୍ଗାଧର ପ୍ରଧାନଙ୍କ ପକ୍ଷରୁ ଆସିଛି ଚାଞ୍ଚଲ୍ୟକର ବୟାନ । ସେ DFO ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

ବିଳମ୍ବିତ ରାତିରେ ସୌମ୍ୟରଞ୍ଜନଙ୍କ ବାସଭବନକୁ ଯାଇଥିଲେ ଡିଏଫଓ । ଏହାକୁ ଦେଖିଥିବାରୁ ଡିଏଫଓ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ଅଭିଯୋଗ କରିଛନ୍ତି ଗଙ୍ଗାଧର । ଗତ ୮ବର୍ଷ ହେବ ବନବିଭାଗରେ ଗଙ୍ଗାଧର ରାତ୍ର ଜଗୁଆଳି ଭାବେ କାମ କରୁଥିଲେ ।

ସଂଗ୍ରାମ ବେହେରା ନିଜ ବାସଭବନ ଛାତରୁ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ଉପରେ ନଜର ରଖୁଥିଲେ ବୋଲି ସେ କହିଛନ୍ତି । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ରେଞ୍ଜର କବିନା ପରିଚ୍ଛା । ଗଙ୍ଗାଧର ମିଛ କଥା କହୁଛନ୍ତି ବୋଲି ସେ କହିଛନ୍ତି । ଡ୍ୟୁଟି ବେଳେ ମଦ ପିଇବା, ସହକର୍ମୀଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତେବେ ଏ ସମ୍ପର୍କରେ ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.