Below header

ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ: ୩ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ରାଜନଗର ଗାଁରେ ଥିବା ତଙ୍କ ଚାଷ ଜମିକୁ ନେଇ ଗତ ଜୁନ ମାସରେ ୩ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଗତ ୧୪ ତାରିଖରେ କୃଷ୍ଣଚନ୍ଦ୍ର ରାଜନଗର ଆସିଥିବା ବେଳେ ସେଠାରେ ତିନି ଯୁବକ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ ।

ସୁବର୍ଣ୍ଣପୁର(କେନ୍ୟୁଜ୍‌): ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ । ହତ୍ୟା କରି ତଥ୍ୟ ଲୁଚାଇଥିବା ୩ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତକ ହେଲେ ସମ୍ୱଲପୁର ଜିଲ୍ଲା ବେହେରା ମୁଣ୍ଡା ଗାଁର କୃଷ୍ଣଚନ୍ଦ୍ର ଭୋଇ ।

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ରାଜନଗର ଗାଁରେ ଥିବା ତଙ୍କ ଚାଷ ଜମିକୁ ନେଇ ଗତ ଜୁନ ମାସରେ ୩ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଗତ ୧୪ ତାରିଖରେ କୃଷ୍ଣଚନ୍ଦ୍ର ରାଜନଗର ଆସିଥିବା ବେଳେ ସେଠାରେ ତିନି ଯୁବକ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମହାନଦୀ ପଠାରେ ପୋତି ଦେଇଥିଲେ । ମହାନଦୀରେ ବନ୍ୟାପାଣି ଆସିବା ପରେ ପୁନର୍ବାର ଶବକୁ କାଢି ବଢି ପାଣିରେ ଭସାଇ ଦେଇଥିଲେ ।

ସେପଟେ କୃଷ୍ଣଚନ୍ଦ୍ରଙ୍କ ନିଖୋଜ ନେଇ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ ପରିବାର ଲୋକ । ପୋଲିସର ତଦନ୍ତ ବେଳେ ମହାନଦୀ ପଠାରୁ ମୃତକଙ୍କ ନଖ,ଚମଡା ଓ ଚୁଟି ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି ସିନ୍ ରିକ୍ରିଏସନ୍ କରିଥିଲେ । ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଏକ ସାମ୍ୱାଦିକ ସମ୍ମିଳନିରେ ସୁଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.