Below header

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌, ସୋସିଆଲ୍‌ ମିଡିଆରେ ବୁଲୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପଇତା ପ୍ରସ୍ତୁତି ବେଳର ଫଟୋ

ପୁରୀ (କେନ୍ୟୁଜ୍) : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ମହାଲକ୍ଷ୍ମୀଙ୍କ ମନ୍ଦିର ସମ୍ମୁଖ ଜଗମୋହନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପଇତା ପ୍ରସ୍ତୁତି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୌରାଙ୍ଗ ପାତ୍ରଙ୍କ ନେତୃତ୍ୱରେ ପଇତା ପ୍ରସ୍ତୁତ କରୁଥିବା ପାଟରା ବିଶୋଇ ସେବାୟତମାନେ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରତିକ୍ରିୟା ରଖି ନିଯୋଗର ସମ୍ପାଦକ ଜଗନ୍ନାଥ ପାତ୍ର କହିଛନ୍ତି, ଗୌରାଙ୍ଗ ପାତ୍ରଙ୍କ ନେତୃତ୍ୱରେ ପଇତା ପ୍ରସ୍ତୁତ କରୁଥିବା ସେବାୟତମାନେ ଅଭିଜ୍ଞ ଓ କୁଶଳୀ ପାଟରା ବିଶୋଇ ସେବକ ନୁହନ୍ତି । ପୂର୍ବରୁ ପାଟରା କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ପରୀକ୍ଷାରେ ଫେଲ ହୋଇଥିଲେ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପଇତା ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧୮ ତାରିଖରେ ଗୌରାଙ୍ଗ ପାତ୍ରଙ୍କ ସହ ୧୬ ପରିବାରକୁ ଦାୟିତ୍ୱ ଦିଆଯାଇଛି । ଏହା ସହ ଜଗନ୍ନାଥ ପାତ୍ରଙ୍କ ନେତୃତ୍ୱରେ ୮ ପରିବାରକୁ ମଧ୍ୟ ଏହି ଦାୟତ୍ୱ ମିଳିଛି । ନୀଳାଚଳ ଉପବନର ବିଶ୍ରାମଗୃହରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏବେ ଫଟୋ ଭାଇରାଲ ହେବା ପରେ ସେବାୟତଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.