ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ବିନା ତକିଆରେ ଶୋଇବା, ଜାଣନ୍ତୁ କେମିତି

ଅଧିକାଂଶ ଲୋକମାନଙ୍କର ତକିଆରେ ମୁଣ୍ଡ ରଖି ଶୋଇବାର ଅଭ୍ୟାସ ରହିଛି। କିନ୍ତୁ କିଛି ଲୋକମାନେ ମଧ୍ୟ ତକିଆରେ ମୁଣ୍ଡ ନ ରଖି ଶୋଇଥାନ୍ତି। ପ୍ରକୃତରେ କେଉଁଟା ଭଲ ତାହା ଜାଣିବାକୁ ଚାହାଁନ୍ତି କି! ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ତକିଆରେ ମୁଣ୍ଡ ନ ରଖି ଶୋଇବା ଦ୍ବାରା ଶରୀରରେ ଅନେକ ଉପକାର ମିଳିଥାଏ ।

ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ । ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ । ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ । ଅର୍ଥାତ୍‌ ଆପଣ ୟଙ୍ଗ୍‌ ଦେଖାଯାଇଥାନ୍ତି।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ତକିଆରେ ମୁଣ୍ଡ ରଖି ଶୋଇଲେ ଭଲ ନିଦ ହୋଇଥାଏ। ଏହା ଫଳରେ ତ୍ୱଚା ମଧ୍ୟ ଉଜ୍ବଳତା ଦେଖାଯାଇଥାଏ। ଖାଲି ସେତିକି ନୁହେଁ ବେକରେ ଏବଂ ପିଠିରେ ମଧ୍ୟ ଯନ୍ତ୍ରଣା ହୋଇ ନଥାଏ । କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍‌ ଦିଗରେ ରହିଥାଏ । ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ ।

sleepingବିଶେଷ ରୂପେ ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ । ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ । ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ ଏବଂ ଆମେ ଫ୍ରେସ୍‌ନେସ୍‌ ଅନୁଭବ କରିଥାଉ। ଏହା ବ୍ୟତୀତ ଅନିଦ୍ରାଜନିତ ରୋଗ ମଧ୍ୟ ହ୍ରାସ ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.