Below header

କୋଲ୍ଡ ଡ୍ରିଙ୍କସ୍ ନଦେବାରୁ କନ୍ୟାକୁ ସାଥିରେ ନେବାକୁ ମନା କଲା ବର, ଆଉ ତା’ପରେ ଆରମ୍ଭ ହେଲା ଖଣ୍ଡଯୁଦ୍ଧ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ବାରାଣସୀ ସ୍ଥିତ ଫୁଲପୁର ଥାନା ଅଞ୍ଚଳରେ ଏକ ଏପରି ଘଟଣା ଘଟିଛି ଯାହା ଆପଣ କେବେ ପୂର୍ବରୁ ଶୁଣିବାକୁ ପାଇନଥିବେ । ଘଟଣାଟି ହେଉଛି ସାମାନ୍ୟ କୋଲ୍ଡ ଡ୍ରିଙ୍କସ୍ ନମିଳିବା କାରଣରୁ ଆୟୋଜିତ ଏକ ବିବାହ ଭାଙ୍ଗିବାକୁ ବସିଥିଲା। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିଲା। ହରିଜନ ବସ୍ତିରେ ଏହି ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ଅତ୍ୟଧିକ ଗରମ କାରଣରୁ ବରର ସାଙ୍ଗମାନେ କୋଲ୍ଡ ଡ୍ରିଙ୍କସ୍ ର ଡିମାଣ୍ଡ କରିଥିଲେ । ରାତି ଅଧିକ ହେବା କାରଣରୁ କନ୍ୟାପକ୍ଷଙ୍କୁ କୋଲ୍ଡ ଡ୍ରିଙ୍କସ୍ ନମିଳିବା କାରଣରୁ ବରର ସାଙ୍ଗମାନେ ହୋ ହାଲ୍ଲା କରିଥିଲେ । ଏହା ଦେଖି ବର ଜଣଙ୍କ ରାଗି ଯିବା ସହିତ ଝିଅ ବିଦା ହେବ ନାହିଁ ବୋଲି ଧମକ ଦେଇଥିଲେ । ଏହା ପରେ ଉଭୟ ପକ୍ଷ ଭିତରେ ଆରମ୍ଭ ହୋଇଥିଲା ମାରପିଟ୍ ଓ ଜୋତା ଫୋପଡା ଫୋପଡି। ଫଳରେ ମାମଲା  ଯାଇଁ ଶେଷରେ ଥାନାରେ ପହଁଚିଥିଲା । ତେବେ ପୋଲିସ୍  ଦୁଇ ପକ୍ଷ ଭିତରେ ବୁଝାସୁଝା କରାଇ ବିବାହ ସମ୍ପନ୍ନ କରିଥିଲେ ।

wedding

ସୂଚନା ଅନୁଯାୟୀ, ବାରାଣସୀ ହରିଜନ ବସ୍ତିରେ ରହୁଥିବା ଅନୀତାଙ୍କ ଗୋସାଇଁପୁର ଚୋଲାପୁରରେ ରହୁଥିବା ବିଜୟ ଚୌଧୁରୀଙ୍କ ସହିତ ପାଖାପାଖି ବର୍ଷେ ହେବ ପ୍ରେମ ସମ୍ପର୍କ ଥିଲା । ତେବେ ଏଠାରେ କହି ରଖିବାକୁ ଚାହୁଁଛୁ ଯେ ବିଜୟ ରହୁଥିବା ଗାଁରେ ଅନୀତାଙ୍କ ମାମୁଁ ଘର ଥିଲା ଯାହାଫଳରେ ସେଠାକୁ ଅନୀତା ଯିବା ଆସିବା କରୁଥିଲେ । ଏହାଫଳରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣା ଜଣାପଡିବା ପରେ ଉଭୟଙ୍କ ପରିବାର ବିରୋଧ କରିଥିଲେ ତଥାପି ବିଜୟ ଏବଂ ଅନିତାଙ୍କ ଜିଦ୍ ଆଗରେ ପରିବାର ଲୋକେ ରାଜି ହେବାକୁ ବାଧ୍ୟ ହୋଇଥିଲେ । ଏହାପରେ ଉଭୟ ବିବାହ ଠିକ୍ ହୋଇଥିଲା । ତେବେ ବିଜୟ ଏଲଏଲବି ପାସ୍ କରିଥିବା ନେଇ ମଧ୍ୟ ସୂଚନା ମିଳିଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.