ଜେଲରୁ ଫେରିବା ପରେ ଏପରି ହୋଇଯାଇଛନ୍ତି ଟେଲି ଅଭିନେତା, କାହାଣୀ କହୁକହୁ ଆଖିରୁ ଝରିପଡିଲା ଲୁହ

ମୁମ୍ବାଇ : ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ଟେଲିଭିଜନର ଜଣାଶୁଣା ଅଭିନେତା କରଣ ଓବରଏ ଏବେ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଜେଲରେ ଏକ ମାସ ବିତାଇବା ପରେ ନିଜ କାହାଣୀ ସର୍ବସାଧାରଣରେ ବ୍ଯକ୍ତ କରିଛନ୍ତି କରଣ । ସେ ଏକ ଇଣ୍ଟରଭ୍ଯୁରେ ଜେଲରେ ଗୋଟିଏ ଗୋଟିଏ ଦିନ କିପରି ବିତିଛି ତାହା ବର୍ଣ୍ଣନା କରିଛନ୍ତି।

karan oborai

କରଣ କହିଛନ୍ତି, “ଜେଲରେ ରହିବା କିଛି ସହଜ କଥା ନୁହଁ। କିନ୍ତୁ ମତେ ଯେଉଁ ପରିବାର ଏବଂ ମୋ ପ୍ରଶଂସକଙ୍କ ସପୋର୍ଟ ମିଳିଥିଲା ତାହା ମତେ ବହୁତ ସାହାଯ୍ଯ କରିଥିଲା। ପ୍ରଥମ ଦିନ ଜେଲର ଅବସ୍ଥା ଦେଖି ମୁଁ ଡରି ଯାଇଥିଲି। ସେଠାରେ ମୁଁ ତିନି ଦିନ କେବଳ ପାଣି ପିଇ ରହିଥିଲି। ମଝିରେ ମଝିରେ ବିସ୍କୁଟ ଖାଇ ଦେଉଥିଲି। କାରଣ ଯେଉଁ ଖାଦ୍ଯ ଖାଇବାକୁ ମିଳୁଥିଲା ତାହା ଖାଇବା ଯୋଗ୍ଯ ନଥିଲା। ମୁଁ ଚିନ୍ତାରେ ରାତିଯାକ ଶୋଉ ନଥିଲି। ଜେଲରେ ୯୨ ଜଣଙ୍କ ପାଇଁ ଗୋଟିଏ ଶୌଚାଳୟ। ତାହା ମଧ୍ୟ ଆମକୁ ସଫା କରିବାକୁ ପଡ଼ୁଥିଲା। ଶୌଚ ପାଇଁ ପର୍ଯ୍ଯପ୍ତ ପରିମାଣର ପାଣି ମିଳୁନଥିଲା। ଶୌଚାଳୟ ନୁହଁ ବରଂ ତାହାକୁ ନାଳିଆ କହିବା ହିଁ ଠିକ୍।”

karan

” ଜେଲରେ ଅନେକ ଜିନିଷ ଭଲ ମଧ୍ୟ ହୋଇଥିଲା। ଆମକୁ ସେଠାରେ ଶୋଇବା ପାଇଁ ଗୋଟିଏ ମାତ୍ର ଚାଦର ମିଳୁଥିଲା। ମୋ ସହ ରହୁଥିବା କଏଦୀ ଖୁବ ଭଲ ଥିଲେ। ସେମାନେ ଜାଣିଥିଲେ ମୁଁ ଜଣେ ଅଭିନେତା ଏଣୁ ସେମାନେ ମତେ ତାଙ୍କ ଚାଦରର ତକିଆ ପ୍ରସ୍ତୁତ କରି ଶୋଇବାକୁ ଦେଉଥିଲେ। ଏହା ବ୍ଯତିତ ସେଠାରେ ଥିବା ଲୋକମାନେ ମତେ ବହୁତ ସାହାଯ୍ଯ କରିଛନ୍ତି। ନିଜ କଏଦୀ କାହାଣୀ ବ୍ଯକ୍ତ କରୁଥିବା ସମୟରେ କରଣ ଭାବୁକ ହୋଇଯାଇଥିଲେ। ଏପରିକି ତାଙ୍କ ଆଖିରେ ପାଣି ଆସିଯାଇଥିଲା।”

ନିଶ୍ଚିତ ପଢ଼ନ୍ତୁ :  ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ଲୁହ ପୋଛିଲେ ରଣବୀର,…

ଆପଣଙ୍କୁ ଜଣାଇବାକୁ ଚାହିଁବୁ କରଣଙ୍କ ଉପରେ ଜଣେ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ଲଗାଯାଇଥିଲା। ତେବେ ଏନେଇ ପୋଲିସ କରଣଙ୍କୁ ମେ ୬ ତାରିଖରେ ଗିରଫ କରିଥିଲା। କିନ୍ତୁ କରଣଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କ କହିବା ମୁତାବକ ମହିଳା ଜଣଙ୍କ ମିଛ ମାମଲାରେ କରଣଙ୍କୁ ଫସାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.