Below header

ରେଲୱେର ମିଶନ ୧୦୦ ଦିନ : ଏବେ ଦିଲ୍ଲୀ-ହାୱଡା ଏବଂ ମୁମ୍ବାଇ ପହଁଚିବା ହେବ ଶୀଘ୍ର, ୫ ଘଣ୍ଟା କମିବ ଦୂରତା

ଭାରତୀୟ ରେଲୱେ ଆଗାମୀ ଚାରି ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଠାରୁ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବଂ ପୂର୍ବର ପଶ୍ଚିମ କୁହାଯାଉଥିବା ହାୱଡା ପର୍ଯ୍ୟନ୍ତ ଯାତ୍ରାକୁ ୫-୫ ଘଣ୍ଟା କମ୍ କରିଦେବା ଲକ୍ଷରେ ନିଷ୍ପତି ନିଆଯାଇଛି। ଏଥିପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କା ନିବେଶରେ ଏହି ମାର୍ଗରେ ଇନଫ୍ରାଷ୍ଟ୍ରକଚରକୁ ଆଧୁନିକ ବନାଇବା ପାଇଁ କରାଯିବ।

ଏହି ପରିଯୋଜନା ରେଲୱେ ପକ୍ଷରୁ ପ୍ଲାନ-୧୦୦ ଦିନର ଆର୍ଥିକ ମାମଲାରେ କ୍ୟାବିନେଟ୍ କମିଟିର ମଞ୍ଜୁରୀ ପାଇଁ ପଠାଯାଇଥିବା ୧୧ ପ୍ରସ୍ତାବରେ ସାମିଲ କରାଯାଇଛି। ଏହି ସବୁ ପ୍ରସ୍ତାବର ସମସ୍ତ ଔେପଚାରିକତା ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ପୂରା କରି କାମ ଆରମ୍ଭ କରିଦେବା ପାଇଁ ଯୋଜନା ରହିଛି। ରେଲୱେ ‘ପ୍ଲାନ – ୧୦୦ ଦିନ’ର ଏହି ଯୋଜନାକୁ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କରିଛନ୍ତି। ଏହି କାରଣରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

ପ୍ରସ୍ତାବ ଅନୁଯାୟୀ, ଏହାଦ୍ବାରା ଦିଲ୍ଲୀ-ହାୱଡା ମଧ୍ୟରେ ୧୫୨୫ କିଲୋମିଟର ଲମ୍ବର ଟ୍ରାକ୍ ପାଇଁ ୬,୬୮୪ କୋଟି ଟଙ୍କା ଏବଂ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୧,୪୮୩ କିଲୋମିଟର ଦୂରତା ପାଇଁ ୬,୮୦୬ କୋଟି ଟଙ୍କାର ଆନୁମାନିକ ବଜେଟ ପ୍ରସ୍ତୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.