Below header

ହେଉଛନ୍ତି କି ସାଇବର ଠକେଇର ଶିକାର? ଜାଣନ୍ତୁ କେମିତି କରିବେ ସାଇବର କ୍ରାଇମ୍‌ ସେଲ୍‌ରେ ଅଭିଯୋଗ

ଭାରତରେ ଦିନକୁ ଦିନ ବଢ଼ି ଚାଲିଛି ଇଣ୍ଟରନେଟ୍‌ର ଚାହିଦା । ଏହା ସହିତ ସବୁ ବର୍ଗର ଲୋକ ଯୋଡ଼ି ହେବାରେ ଲାଗିଛନ୍ତି । ଏମିତି ଲୋକ ବି ଅଛନ୍ତି ଯାହାଙ୍କ ପାଇଁ ଇଣ୍ଟରନେଟ୍‌ କିଛି ଦିନ ତଳେ ସାତ ସପନ ଥିଲା । ହେଲେ ଆଜି ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ବାଇ ହେବାରେ ଲାଗିଛନ୍ତି । ଇଣ୍ଟରନେଟ୍‌ର ବ୍ୟବହାର ସହ ସାଇବର କ୍ରାଇମର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ଭରଚୁଆଲ ଦୁନିଆରେ କିଛି ଭୁଲ ନିଷ୍ପତ୍ତି ଆପଣଙ୍କୁ ମହଙ୍ଗା ପଡିପାରେ । ଯେମିତି ଅଜଣା ଲୋକଙ୍କ ସହ ଆପତ୍ତିଜନକ ଆଳାପ କି ଅନ୍‌ଲାଇନ ନେଣ ଦେଣରେ ଠକେଇ, ସୋସିଆଲ ମିଡିଆରେ ଯୁବତୀଙ୍କୁ ଅଶାଳୀନ ମନ୍ତବ୍ୟ, ସାଇଟ୍‌ ହ୍ୟାକିଂ ଆଦିଠୁ ଆରମ୍ଭ କରି ବ୍ୟାଙ୍କ ଖାତାରୁ ପଇସା ଚୋରି ଆଦି ଅନେକ ସାଇବର୍‌ ଠକେଇ ଆପଣଙ୍କ ସହ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏଭଳି ଠକେଇର ଶିକାର ହେଲେ କେମିତି କରିବେ ସାଇବର କ୍ରାଇମ୍‌ରେ ଅଭିଯୋଗ ।

ସାଇବର କ୍ରାଇମ ଅଫ୍‌ଲାଇନ୍‌ ଅଭିଯୋଗର ପଦ୍ଧତି:

୧-ପ୍ରଥମେ ଆପଣଙ୍କୁ ସାଇବର କ୍ରାଇମ ସେଲ ପାଖରେ ଏକ ଲିଖିତ ଅଭିଯୋଗ କରିବାକୁ ପଡ଼ିବ । ଅଭିଯୋଗଟି ସାଇବର କ୍ରାଇମ୍‌ ସେଲ୍‌ ମୁଖ୍ୟଙ୍କୁ ଲେଖାଯିବ ।
୨-ଯଦି ଆପଣଙ୍କ ଅଞ୍ଚଳରେ ସାଇବର କ୍ରାଇମ ସେଲ୍‌ ନାହିଁ ତାହେଲେ ଆପଣ ନିକଟସ୍ଥ ଥାନା ରେ ଏଫ୍‌ଆଇଆର୍‌ ମଧ୍ୟ ଦେଇ ପାରିବେ । କିମ୍ବା ନିକଟସ୍ଥ କୋର୍ଟରେ ମଧ୍ୟ ଅଭିଯୋଗ କରି ପାରିବେ ।
୩-ଅଭିଯୋଗ କିମ୍ବା ଏଫ୍‌ଆଇଆର ଦେବା ସମୟରେ ନିଜର ନାମ, ଫୋନ୍‌ ନମ୍ବର ଏବଂ ଯୋଗାଯୋଗ ଠିକଣା ଦେବା ପାଇଁ ଭୁଲିବେ ନାହିଁ ।
୪-ଅଭିଯୋଗର ପ୍ରମାଣରେ ଆପଣଙ୍କୁ କିଛି ଫଟୋ ବା କିଛି ସଫ୍ଟ କପି ସିଡିରେ ମଧ୍ୟ ଦେଇ ପାରିବେ। ଯେମିତିକି ବ୍ୟାଙ୍କ ଠକେଇ ହୋଇଥିଲେ ଏହାର ଷ୍ଟେଟ୍‌ମେଣ୍ଟ ଏବଂ ଇ-ମେଲ୍‌ ଆସିଥିଲେ ଏହାର କପି ଦାଖଲ କରିବେ ।

CYBER CRIME-3

ସାଇବର କ୍ରାଇମ ଅନ୍‌ଲାଇନ୍‌ ଅଭିଯୋଗର ପଦ୍ଧତି:

ଠିକ୍‌ ସେହିଭଳି ଆପଣ ଅନ୍‌ଲାଇନ୍‌ରେ ମଧ୍ୟ ସହଜରେ ଅଭିଯୋଗ ଦାଖଲ କରି ପାରିବେ । ଯଦି ଆପଣଙ୍କୁ କିଛି ଅପତ୍ତିଜନକ ତଥ୍ୟ ଇଣ୍ଟରନେଟ୍‌ରେ ମିଳୁଛି କିମ୍ବା କେହି ଆପଣଙ୍କୁ ପଠାଉଛନ୍ତି ତେବେ ଆପଣ ଏହାର ଅଭିଯୋଗ www.cybercrime.gov.in ରେ କରିପାରିବେ ।
ଓଡ଼ିଶା ସାଇବର ସେଲ୍‌ର ଠିକଣା ମଧ୍ୟ ଆମେ ନିମ୍ନରେ ଦେଉଛୁ । ଏଥିରେ ଆପଣ ଅଭିଯୋଗ କରି ପାରିବେ ।

Website: http://odishapolicecidcb.gov.in
Address: Cyber Crime Police Station, Criminal Investigation Department, Crime Branch, Odisha, Cuttack
Contact: (0671) 2305485
Email ID: [email protected]

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.