ବିଶାଖାପାଟନା ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ

ନାଗରିକ ଅପୂର୍ତି ବିଭାଗ ଏବଂ ଭିଜିଲାନ୍ସ ଦ୍ବାରା ବିଶାଖାପାଟନା ର ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ କରାଯାଇଛି। ଏହି ଚାଉଳ ମିଡ ଡେ ମିଲ ର ବୋଲି ସୂଚନା ମିଳିଛି। ପୋଲିସ ସୂଚନା ଅନୁଯାୟୀ ଏହି ଚାଉଳକୁ ମାଲବୁହା ଗାଡି ସାହାଯ୍ୟରେ କାକୀନାଡା ପଠାଯାଉଥିଲା। ଭିଜିଲାନ୍ସ ଅଧିକାରୀ ଶ୍ୟାମ ସୁନ୍ଦର ପ୍ରିୟାଙ୍କ କହିବା ଅନୁଯାୟୀ ଏହି ଘଟଣାରେ ପଛରେ ଜଣେ ଇସ୍କନ ପୂଜାରୀ ସାମିଲ ଅଛନ୍ତି। ସୂଚନା ପାଇବା ପରେ ବିଭାଗ ପକ୍ଷରୁ ଇସ୍କନ ପରିସରରେ ହଠାତ ଚଢାଉ କରାଯାଇଥିଲା। ଚଢାଉ ସମୟରେ ୩୯୬ ଟି ଚାଉଳ ବ୍ୟାଗ ଗାଡିରେ ରଖାଯାଉଥିବା ବେଳେ ପୂର୍ବରୁ ୧୧୦ ଟି ଚାଉଳ ବ୍ୟାଗ ରଖା ହୋଇସାରିଥିଲା। ରିପୋର୍ଟ ଅନୁଯାୟୀ ନାଗରିକ ଅପୂର୍ତି ବିଭାଗ ପକ୍ଷରୁ ଜବତ କରାଯାଇଥିବା ଚାଉଳ ଇସ୍କନ ପାଖରେ ଥିବା କିଛି ସ୍କୁଲରେ ମିଡ ଡେ ମିଲର ଚାଉଳ ସପ୍ଲାଇ କରାଯାଉଥିଲା।

riceଅଧିକାରୀଙ୍କ କହିବା ଅନୁଯାୟୀ ମାର୍ଚ୍ଚ ୨୦୧୯ ପରେ ଏହି ସପ୍ଲାଇର କୌଣସି ହିସାବ ରଖାଯାଇନଥିଲା। ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଏମଇଓ ମଧ୍ୟ ଫେବୃଆରୀ ମାସ ପରେ ଏହି ମହଜୁଦ ଜିନିଷର ଯାଞ୍ଚ କରିନଥିଲେ। ଇସ୍କନ ପକ୍ଷରୁ ୬୭ ଟି ସରକାରୀ ସ୍କୁଲର ୧୩୦୦୦ରୁ ଅଧିକ ପିଲାମାନଙ୍କୁ ଏବଂ ୬୧ ଟି ଜିବିଏମସି ସ୍କୁଲର ୧୮୫୦ ପିଲାମାନଙ୍କୁ ମିଡ୍ ଡେ ମିଲ ର ଉପଲବ୍ଧ କରାଯାଇଛି। ଏହି ସମ୍ପର୍କରେ ଅଧିକ କିଛି କହିବା ପାଇଁ ଇସ୍କନର ଅଧିକାରୀମାନେ ମନା କରିଛନ୍ତି। ସୂଚନା ଅନୁଯାୟୀ ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ କାରଣ ଜବତ କରାଯାଇଥିବା ଚାଉଳ ଶ୍ରର୍ଦ୍ଧାଳୁମାନେ ଦାନ କରିଛନ୍ତି ବୋଲି ଇସ୍କନ ବିଶାଖାପାଟନମ୍ ଅଧ୍ୟକ୍ଷ ସଂବା ଦାସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.