Below header

ଗୁଣୁପୁର: ରେଳବାଇ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ

ଗୁଣପୁର ରେଳ ଷ୍ଟେସନରେ ପାଣି ସପ୍ଲାଇ କାମ କରୁଥିଲେ ଅଶୋକ । ଗତକାଲି ସନ୍ଧ୍ୟାରେ ଅଶୋକ ତାଙ୍କ ପୁଅକୁ ଫୋନ୍ କରିଥିଲେ । ସେ ଜଣେ ବ୍ଯକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ବାକି ନେଇଥିବା କହିଥିଲେ । ଅଶୋକଙ୍କ ସହ ଥିବା କିଛି ଲୋକ ତାଙ୍କୁ କାଶୀନଗର ନେଇଯାଉଥିବା ଓ ଟଙ୍କା ଧରି ପହଞ୍ଚିବାକୁ କହିଥିଲେ ।

ଗୁଣୁପୁର(କେନ୍ୟୁଜ୍): ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ । ମୃତକ ହେଲେ ଅଶୋକ ବରାଡ । ଗୁଣପୁର ରେଳ ଷ୍ଟେସନରେ ପାଣି ସପ୍ଲାଇ କାମ କରୁଥିଲେ ଅଶୋକ । ଗତକାଲି ସନ୍ଧ୍ୟାରେ ଅଶୋକ ତାଙ୍କ ପୁଅକୁ ଫୋନ୍ କରିଥିଲେ । ସେ ଜଣେ ବ୍ଯକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ବାକି ନେଇଥିବା କହିଥିଲେ । ଅଶୋକଙ୍କ ସହ ଥିବା କିଛି ଲୋକ ତାଙ୍କୁ କାଶୀନଗର ନେଇଯାଉଥିବା ଓ ଟଙ୍କା ଧରି ପହଞ୍ଚିବାକୁ କହିଥିଲେ ।

ଅଶୋକଙ୍କ ପୁଅ ଟଙ୍କା ଧରି କାଶୀନଗର ପହଞ୍ଚି ସେମାନଙ୍କୁ ଯୋଗାଯୋଗ କରିବାରୁ ସେମାନେ ଗୁଣୁପୁର ଆସିବାକୁ କହିଥିଲେ । ମାତ୍ର ଗୁଣୁପୁରରେ ଅଶୋକଙ୍କୁ ମାରି ସେମାନେ ଗୁଣୁପୁର ମେଡିକାଲରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପୁଅ । ପୋଲିସ ମାମଲାରେ ୩ଜଣଙ୍କୁ ଅଟକ ରଖି ପଚାରଉଚୁରା କରୁଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.