Below header

ପାଖେଇ ଆସୁଛି ଆଖଣ୍ଡଳମଣୀଙ୍କ ଶିବ ବିବାହ ଉତ୍ସବ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଚାନ୍ଦବାଲି (କେନ୍ୟୁଜ): ପାଖେଇ ଆସୁଛି ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ଶିବ ବିବାହ ଉତ୍ସବ । ଆଉ ମାତ୍ର ୩ଦିନ ପରେ ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ ସାଜିବେ କନିଆ । ଶିବ ବିବାହ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ତରଫରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପୀଠରୁ ବିଭିନ୍ନ ଜିଲ୍ଲାକୁ ନିମନ୍ତ୍ରଣ ରଥ ପହଞ୍ଚି ଭକ୍ତମାନଙ୍କୁ ଏହି ବିବାହ ଉତ୍ସବନରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଉଥିବା ବେଳେ ବେଦୀ କାମ , ଟେଣ୍ଡ କାର୍ଯ୍ୟ ମଧ୍ୟ ଜାରି ରହିଛି । ତାହାସହ ବିବାହ ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ସାମିଲ ହେବେ ।

ବରାନୁଗମନ ଶୋଭାଯାତ୍ରାରେ ଦୁଲୁକିବ ଆରଡି ପୀଠ । ତେଣୁ ସବୁ ପ୍ରକାରର ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଆସନ୍ତା ଜୁନ ୩ତାରିଖ ଦିନ ମଙ୍ଗଳପାଗ ଓ ୪ତାରିଖରେ ଶିବ ବିବାହ ଉତ୍ସବ । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଫିକା ଫିକାରେ ପାଳନ କରାଯାଇଥିଲା ଏହି ଉତ୍ସବକୁ । ହେଲେ ଚଳିତ ବର୍ଷ ଯାକଜମକରେ ଏହି ଉତ୍ସବ ପାଳନ କରାଯିବାର ପ୍ରସ୍ତୁତି ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.