କାଳ ବୈଶାଖୀ ପ୍ରଭାବରେ ବର୍ଷା ଓ ପବନ: ଛିଣ୍ଡିଲା ବିଦ୍ୟୁତ ତାର, ସରବରାହ ବିଚ୍ଛିନ୍ନ

ବ୍ରହ୍ମପୁର (କେନ୍ୟୁଜ): ବୁଧବାର ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଗଞ୍ଜାମ ଜ଼ିଲ୍ଲା ବ୍ୟାପକ କ୍ଷୟକ୍ଷତି ହୋଇଛି । ସାନ ଖେମୁଣ୍ଡି ବ୍ଲକ ବଢିଆଓସ୍ତାର ପ୍ରାଥମିକ ବିଦ୍ୟାଳୟର ଟିଣ ଗୁଡିକ ଉଡାଇ ନେଇଯାଇଛି। ପବନ ଜୋରରେ ହେବା ଫଳରେ ପ୍ରାୟ ଷାଠିଏ ବର୍ଷର ବିଦ୍ୟାଳୟର ଟିଣ ଉଡିଯିବା ସହ ଦୁଇ ପରିବାରର ଚାଳ ଛପର ମଧ୍ୟ ଉଡାଇ ନେଇଯାଇଛି। ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ସକାଳ ପର୍ଯ୍ଯନ୍ତ ବିଦ୍ୟୁତ ଆସିପାରିନଥିଲା। ତାତିରୁ ସାମାନ୍ଯ ତ୍ରାହି ମିଳିଥିଲେ ମଧ୍ୟ ବହୁତ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.