Below header

ନରସିଂହପୁର: ଅଙ୍ଗନାବାଡ଼ି କେନ୍ଦ୍ରରୁ ଏକ ବିରାଟ ସାପ ଉଦ୍ଧାର

ନରସିଂହପୁର(କେନ୍ଯୁଜ୍): ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବିରଳ ପ୍ରଜାତିର ଜୀବ-ଜନ୍ତୁ ଦେଖାଯାଉଛନ୍ତି। କେଉଁଠାରେ ବଜ୍ରକାପ୍ତା ଉଦ୍ଧାର ହେଉଥିବା ବେଳେ କେଉଁଠି ଜଙ୍ଗଲରୁ ହାତୀ ଏବଂ ସାପ ଚାଲିଆସୁଛନ୍ତି। ଏଭଳି ଏକ ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ କାକାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଅଙ୍ଗନାବାଡ଼ି କେନ୍ଦ୍ରରୁ ଏକ ବିରାଟ ସାପ ଉଧାର କରାଯାଇଛି। କାକାମୁଣ୍ଡା ଗ୍ରାମର ପୂର୍ବାଞ୍ଚଳ ଓ ଜିଲିଣ୍ଡା ବନବିଭାଗର ମିଳିତ ଉଦ୍ୟମରେ ସେହି ଗ୍ରାମରେ ଥିବା ଅଙ୍ଗନାବାଡ଼ି କେନ୍ଦ୍ରରୁ ବିରାଟ ସାପଟିକୁ ଉଧାର କରି ତାକୁ ସୁରଖିତରେ ନେଇ ସ୍ଥାନୀୟ ଜଙ୍ଗଲ ରେ ଛାଡି ଦିଆଯାଇଛି | ସୂଚନା ମୁତାବକ ପାଖରେ ଛେଳି ଗୋଠ ଥିବାରୁ ଖାଦ୍ୟ ଅନ୍ବେଷଣରେ ସାପଟି ଆସି ଥାଇପାରେ ବୋଲି ବିଭାଗୀୟ ଅଧିକାରୀ ରେଞ୍ଜର ପ୍ରକାଶ କୁମାର ବେହେରା ସୂଚନା ଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.