ବଲିଉଡକୁ ଆଉ ଏକ ଝଟକା: ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୫୨ ମିନିଟିରେ ମୁମ୍ବାଇ ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

saroj-khan diesତେବେ  ଡାଇବେଟିସ୍ ସହିତ ଅନେକ ସମସ୍ୟା ଯୋଗୁ ଗତ ମାସରୁ ସେ ହସ୍ପିଟାଲରେ ଭର୍ତ୍ତି ହେରଇଥିଲେ। ନିକଟରେ ତାଙ୍କର କୋଭିଡ୍ ଟେଷ୍ଟ୍ ମଧ୍ୟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ସ୍ୱାମୀ, ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ।

ସୂଚନା ଥାଉକି,ମାଧୁରୀ ଦିକ୍ଷୀତି ଓ ଶ୍ରୀଦେବୀ ପରି ବହୁ କଳାକାରଙ୍କୁ ଡ୍ୟାନ୍ସ ଶିଖାଇଛନ୍ତି ସରୋଜ। ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସ ଜଲଓ୍ଵା ପଛରେ ରହିଥିବା ସରୋଜଙ୍କ ହାତ। ପ୍ରାୟ ୨୦୦ରୁ ଅଧିକ ଫିଲ୍ମ ପାଇଁ ସେ କୋରିଓଗ୍ରାଫି କରିଛନ୍ତି। ୧୯୮୬ ମସିହାରୁ ଆରମ୍ଭ କରି ୨୦୧୯ ଯାଏଁ ବଲିଉଡରେ ସେ ହଜାରରୁ ଅଧିକ ଗୀତର କୋରିଓଗ୍ରାଫି କରିଛନ୍ତି।

saroj-khanତେବେ ସେ ବେଷ୍ଟ୍ କୋରିଓଗ୍ରାଫି ପାଇଁ ସେ ୩ ଥର ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପାଇଥିଲେ। ସେହିପରି ତାମିଲ ଫିଲ୍ମ ‘ଶ୍ରୀଙ୍ଗାରମ୍‌’ର ସବୁ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସରୋଜ୍ ଖାନ୍ ବେଷ୍ଟ୍ କୋରିଓଗ୍ରାଫର ଭାବେ ୮ଟି ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ‘ତେଜାବ୍’, ‘ଚାଲ୍‌ବାଜ୍’, ‘ସୈଲାବ’, ‘ବେଟା’, ‘ଖଲ୍‌ନାୟକ୍‌’, ‘ହମ୍ ଦିଲ୍ ଦେ ଚୁକେ ସନମ୍‌’, ‘ଦେବ୍‌ଦାସ୍‌’ ଓ ‘ଗୁରୁ’ ଫିଲ୍ମ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

madhuriଏହାସହ ନିମୁଡା ନିମୁଡା, ଏକ ଦୋ ତିନ, ଡୋଲାରେ ଡୋଲା, ହବା ହବାଇଁ, ଦିଲ୍‌ ଧକ୍‌ ଧକ୍‌ କରନେ ଲଗା, ଚୋଲି କେ ପିଛେ ପରି ବହୁ ସୁପରହିଟ୍‌ ଓ ଆଇକୋନିକ୍‌ ଗୀତର ସେ ହେଉଛନ୍ତି କୋରିଓଗ୍ରାଫର। କିଛି ବର୍ଷ ବଲିଉଡରୁ ଦୂରେଇ ରହିବା ପରେ ଶେଷଥର ୨୦୧୯ରେ ସେ କଲଙ୍କ ଓ ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ ଝାନ୍ସୀରେ ସେ କୋରିଓଗ୍ରାଫି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.