Below header

ଡି-ବ୍ରଦର୍ସଙ୍କୁ ଜେରା ପାଇଁ କମିଶନରେଟର ସ୍ୱତନ୍ତ୍ର ଟିମ୍‌ ଗଠନ, ନିୟୋଜିତ ହେଲେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସି

କଟକ(କେ ନ୍ୟୁଜ): ଡି-ବ୍ରଦର୍ସଙ୍କୁ ଜେରା ପାଇଁ କମିଶନରେଟର ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିଙ୍କୁ ନେଇ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଚୋରା ବନ୍ଧୁକ ବେପାର ନେଇ ଅଧିକ ପଚରାଉଚରା ଆରମ୍ଭ ହୋଇଛି । ଜେଲରେ ଥାଇ ବନ୍ଧୁକ କାରବାର କେମିତି ହେଉଥିଲା । କିଏ ସେମାନଙ୍କୁ ସହଯୋଗ କରୁଥିଲା । କେଉଁଠାରୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା | ଏନେଇ ଖୋଳତାଡ଼ ଆରମ୍ଭ କରିଛି ଟିମ୍‌ । ଡି-ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ।

ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଗତକାଲି କୋର୍ଟ ଅନୁମତି ଦେଇଥିଲେ । ଚୌଦ୍ୱାରରୁ ଚୌରା ବନ୍ଧୁକ ବ୍ୟବସାୟୀ ଗିରଫ ମାମଲାରେ ଡି ବ୍ରଦର୍ସଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଚୌଦ୍ୱାର ଥାନା ପକ୍ଷରୁ କଟକ ରୁରାଲ ଜେଏମଏଫସିରେ ଆବେଦନ କରାଯାଇଥିଲା । ଡି ବ୍ରଦର୍ସଙ୍କ ସିଡିଏ ଘରେ ଗତ ୧୦ ତାରିଖରେ ରେଡ ହୋଇଥିଲା । ଏହି ଚଢ଼ାଉ ବେଳେ ୮ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡ ଗୁଳି ଜବତ କରିଥିଲା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.