Below header

Oppo ଲଞ୍ଚ୍‌ କଲା 50MP କ୍ୟାମେରା ସହ ୫ଜି ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଓପୋ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ Oppo Reno5 Pro+ 5Gକୁ ଚୀନରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ଖାସିୟତ୍‌ ହେଉଛି ଏଥିରେ ରହିଛି ୫୦ଏମପିର କ୍ୟାମେରା, ଏହାର ଡିଜାଇନ ଏବଂ ବ୍ୟାଟେରୀ ରହିଛି। Oppo Reno5 Pro+ 5G ସ୍ମାର୍ଟଫୋନର ଦାମ୍‌ ବିଷୟରେ କହିବା ତ ଏହି ଫୋନ 8GB ରାମ + 128GB ଷେ୍‌ଟାରେଜ୍‌ ଏବଂ 12GB ରାମ + 256GB ଷ୍ଟୋରେଜ୍‌ ଭେରିୟଣ୍ଟ ରହିଛି। ଓପୋ ରେନୋର ଏହି ଫୋନର 8GB ରାମ ଭେରିୟଣ୍ଟ ଦାମ୍‌ ପ୍ରାୟ ୪୫,୦୦୦ ଟଙ୍କା ରହିଛି। ସେହିପରି 12GB ରାମ ଭେରିୟଣ୍ଟର ଦାମ୍‌ ୫୦,୬୦୦ ଟଙ୍କା ରହିଛି। ଏହି ଫୋନର ବିକ୍ରି ୧୮ ଜାନୁୟାରୀରୁ ଆରମ୍ଭ ହେବ। ଯଦିଓ Oppo Reno5 Pro+ 5G ଭାରତରେ କେବେ ଲଞ୍ଚ୍‌ ହେବ ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

Oppo Reno5 Pro+ 5G ର ଫିଚର

Oppo Reno5 Pro+ 5G ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୧ ଆଉଟ୍‌-ଦ-ବକ୍ସ ଉପରେ ଆଧାରିତ ColorOS 11 ଉପରେ କାମ କରିଥାଏ। ଏହି ସ୍ମାର୍ଟଫୋନରେ ୬.୫୫ ଇଞ୍ଚର ଏଫଏଚଡି ପ୍ଲସ ଡିସପ୍ଲେ ରହିଛି, ଯାହାର ରିଫ୍ରେସ ରେଟ 90Hz ରହିଛି। ଏହାସହିତ ସ୍ମାର୍ଟଫୋନରେ କ୍ୱାଲକମର  Snapdragon 865 ପ୍ରୋସେସର, 12GB ରାମ୍‌ ଏବଂ 256GB ଷ୍ଟୋରେଜ ଦିଆଯାଇଛି। ଏହି ଫୋନ ଦୁଇ କଲର ଭେରିୟଣ୍ଟରେ ଆସିବ ବ୍ଲାକ ଏବଂ ହ୍ଵାଇଟ।

Oppo Reno5 Pro+ 5Gର କ୍ୟାମେରାରେ କଣ ରହିଛି ଖାସ୍‌

ଓପୋ ନିଜର ନୂଆ Reno5 Pro+ 5Gରେ କ୍ୱାଡ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଯେଉଁଥିରେ 50MPର ସୋନି IMX766 ସେନସର, 8MPର ଅଲଟ୍ରା-ଓ୍ଵାଇଡ-ଆଙ୍ଗଲ ଲେନ୍ସ, 2MPର ମାଇକ୍ରୋ ଲେନ୍ସ ଏବଂ 2MP ମୋନୋ ପୋଟ୍ରେଟ ଲେନ୍ସ ରହିଛି। ଏହାସହିତ ଡିଭାଇସର ଫ୍ରଣ୍ଟରେ 32MP  ସେଲଫି କ୍ୟାମେରା ଦିଆଯାଇଛି।

Oppo Reno5 Pro+ 5Gର ବ୍ୟାଟେରୀ ପାଓ୍ଵାରଫୁଲ

Oppo Reno5 Pro+ 5G ସ୍ମାର୍ଟଫୋନରେ 4,500mAhର ବ୍ୟାଟେରୀ ଦିଆଯାଇଛି। ଯାହା 65W SuperVOOC 2.0 ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.