Below header

ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ତିନି ଖାନଙ୍କୁ ପଛରେ ପକାଇଲେ ପ୍ରିୟଙ୍କା, ବ୍ରାଣ୍ଡ ଭ୍ଯାଲୁ ସମସ୍ତଙ୍କ ଠାରୁ ଅଧିକ

ବଲିଉଡ ଠାରୁ ଆରମ୍ଭ କରି ହଲିଉଡରେ ନାଁ ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଚର୍ଚ୍ଚାରେ। ନିଜ ବିବାହ ଏବଂ ଅଭିନୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ଏବେ ନିଜ ବ୍ରାଣ୍ଡ ଭ୍ୟାଲୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଭଳି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଷ୍ଟାରଙ୍କୁ ଦେଇଛନ୍ତି ବଡ଼ ଝଟକା। ଫିଲ୍ମ ଷ୍ଟାର୍ସଙ୍କ ବ୍ରାଣ୍ଡ ଭ୍ୟାଲୁ ନିର୍ଣ୍ଣୟ କରୁଥିବା ଏକ କମ୍ପାନୀ ଏକ ଦାବି କରିଛି। କମ୍ପାନୀ ଅନୁଯାୟୀ ବ୍ରାଣ୍ଡ ଭ୍ୟାଲୁ ମାମଲାରେ ପ୍ରିୟଙ୍କା ଚୋପ୍ରା ଶାହରୁଖ ଖାନ, ସଲମାନ ଖାନ୍, ଅମୀର ଖାନ୍ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାର୍ସଙ୍କଠାରୁ ବହୁତ ଆଗରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଶାହରୁଖଙ୍କର ବ୍ରାଣ୍ଡ ଭ୍ୟାଲୁ ୨୦୯ କୋଟି ଥିବାବେଳେ ଦୀପିକା ପାଦୁକୋନ ଏହି ମାମଲାରେ କିଙ୍ଗ ଖାନଙ୍କୁ ପଛରେ ଛାଡ଼ି ଦେଇଛନ୍ତି। ତାଙ୍କର ବ୍ରାଣ୍ଡ ଭ୍ୟାଲୁ ହେଉଛି ୨୧୧ କୋଟି । ସଲମାନ ଖାନଙ୍କ ବ୍ରାଣ୍ଡ ଭ୍ୟାଲୁ ପ୍ରାୟ ୨୫୨ କୋଟି ଟଙ୍କା ହୋଇଥିବାବେଳେ ଅକ୍ଷୟ କୁମାର ତାଙ୍କଠାରୁ ଆଗରେ ଅଛନ୍ତି, ଯାହାର ବ୍ରାଣ୍ଡ ଭ୍ୟାଲୁ ପ୍ରାୟ ୨୬୦ କୋଟି ଟଙ୍କା।

priyanka

କମ୍ପାନୀ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ବ୍ରାଣ୍ଡ ଭ୍ୟାଲୁ ପ୍ରାୟ ୨୬୫ କୋଟି ଟଙ୍କା। ସେଲିବ୍ରିଟିଙ୍କ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ଉପସ୍ଥିତି ଉପରେ ନଜର ରଖିଥିବା ବିଶ୍ଳେଷଣକାରୀ କମ୍ପାନି ଚେକବ୍ରାଣ୍ଡ ଅନୁଯାୟୀ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ପ୍ରିୟଙ୍କାଙ୍କ ବ୍ରାଣ୍ଡ ଭ୍ୟାଲୁ ସର୍ବାଧିକ ୨୬୫ କୋଟି ଟଙ୍କା ରହିଥିଲା। କଙ୍ଗନା ରଣାୱତଙ୍କର ସର୍ବନିମ୍ନ ସ୍କୋର ୯.୮୭ ଥିବାବେଳେ ଆମୀର ଖାନ ୧୧.୬୯ ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.