Below header

କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ପୂରା ଶରୀରରେ ଜମା ହେଲା ପୁଜ, ଭାରତରେ ପ୍ରଥମ ମାମଲା

ଏବେ ଯାଏଁ ଆପଣ ଶୁଣିଥିବେ ଯେ କରୋନା ଭାଇରସ୍‌ କେବଳ ବ୍ୟକ୍ତିର ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇଥାଏ। ମାତ୍ର ଏବେ ଏହି ରୋଗରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ଶରୀରରେ ଆଶ୍ଚର୍ଯ୍ୟ କରିଦେବା ଭଳି ଲକ୍ଷଣ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଔରଙ୍ଗାବାଦରେ ଜଣେ ମହିଳାଙ୍କ ଅଣ୍ଟା ବିନ୍ଧା ସମସ୍ୟା ଥିଲା। ଅଣ୍ଟାର ଚିକିତ୍ସା ପାଇଁ ଯିବାରୁ ଜଣାଗଲା ଯେ ତାଙ୍କ ପୂରା ଶରୀରରେ ପୁଜ ଜମା ହୋଇଯାଇଛି। ଡାକ୍ତରଙ୍କ ଯାଞ୍ଚ କରିବାରୁ ମହିଳାଙ୍କ ଠାରେ କରୋନା ଆଣ୍ଟିବଡି ପାଇଥିଲେ। ଭାରତରେ ଏଭଳି ମାମଲା ପ୍ରଥମ। ମାତ୍ର ଦୁନିଆରେ ଏହା ୭ମ ମାମଲା ବୋଲି ଜଣାଯାଇଛି।

ଡାକ୍ତରଙ୍କ କହିବାନୁସାରେ କରୋନାରୁ ସୁସ୍ଥ ହେବା ପରେ ଏହା ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା। କରୋନାରୁ ସୁସ୍ଥ ହେବା ପରେ ଏହା ନୂଆ ଲକ୍ଷଣ। ମହିଳାଙ୍କର ଏବେ ଯାଏଁ ତିନି ଥର ସର୍ଜରୀ ମଧ୍ୟ ହୋଇସାରିଲାଣି। ସୂଚନା ମୁତାବକ, ଔରଙ୍ଗାବାଦର ବଜାଜ୍‌ ନଗରର ବାସିନ୍ଦା ପୂଜା(ଛଦ୍ମନାମ)ଙ୍କ ଅଣ୍ଟାରେ ସବୁବେଳେ ଯନ୍ତ୍ରଣା ହେଉଥିଲା। ଅଣ୍ଟା ବିନ୍ଧାର ଚିକିତ୍ସା ପାଇଁ ସେ ନଭେମ୍ବର ୨୮ରେ ହେଡଗେବାରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କରୋନାରୁ ସୁସ୍ଥ ହେବା ପରେ ବି ପୂଜାଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିଲା। ଏଥିସହ ପାଦ ମଧ୍ୟ ଫୁଲିଥିଲା। ଏହା ପୂର୍ବରୁ ପୂଜାଙ୍କର ଟ୍ୟୁମର କିମ୍ବା ଇନ୍‌ଫେକସନ୍‌ ଭଳି କୌଣସି ସମସ୍ୟା ନଥିଲା। ଏମ୍‌ଆର୍‌ଆଇ କରିବା ପରେ ଜଣାପଡ଼ିଲା ଯେ ତାଙ୍କ ବେକଠାରୁ ଆରମ୍ଭ ମେରୁଦଣ୍ଡ ପର୍ଯ୍ୟନ୍ତ, ଦୁଇ ହାତ,ଏମିତିକି ପେଟରେ ମଧ୍ୟ ପୁଜ ହୋଇଯାଇଥିଲା। ତେବେ ଇତି ମଧ୍ୟରେ ପୂଜାଙ୍କର ତିନି ଥର ସର୍ଜରୀ ହୋଇସାରିଲାଣି ଓ ଶରୀରରୁ ଅଧଲିଟରରୁ ଅଧିକ ପୁଜ ବାହାର କରାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.