ଦେଶର ପ୍ରଥମ ସେଲ୍ଫ ସାନିଟାଇଜିଂ ଫେସ୍ ମାସ୍କ Karbon, ଭାଇରସ ମାରିବାରେ ୯୫% ପ୍ରତିଶତ ସକ୍ଷମ

ସମଗ୍ର ବିଶ୍ବରେ କରୋନା ନିଜର କାୟା ବିସ୍ତାର କରିବା ପରେ ଏବେ ବ୍ରିଟେନର କରୋନାର ନୂଆ ରୂପ କାୟା ମେଲାଉଛି। ଭାରତରେ କରୋନା ମାମଲା ଏବେ ସ୍ଥିର ରହିଛି। ଯେପର୍ଯ୍ଯନ୍ତ କରୋନା ଟିକା ଆସିନାହିଁ, ସେପର୍ଯ୍ଯନ୍ତ ଆମ ପାଖରେ ମାସ୍କ ହିଁ ସବୁଠାରୁ ବଡ ଅସ୍ତ୍ର। ଏହି ଭୟଙ୍କର ଭାଇରସ ଠାରୁ ବଞ୍ଚିବା ପାଇଁ ମାସ୍କ ଏବଂ ଦୂରତା ଜରୁରୀ। ଦେଶର ଅନେକ ରାଜ୍ୟରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଯାଇଛି । ଏହି ସମୟରେ ଅନେକ କମ୍ପାନୀ ମାସ୍କ ଲଞ୍ଚ୍ କରୁଛନ୍ତି । କିନ୍ତୁ Breathe Easy ନାମକ ଏକ କମ୍ପାନୀ ଏକ ବହୁତ ଖାସ୍ ମାସ୍କ ‘KARBON’ ଲଞ୍ଚ୍ କରିଛି । କମ୍ପାନୀର କହିବାନୁସାରେ ଏହି ମାସ୍କ ୯୫ ପ୍ରତିଶତ ପର୍ଯ୍ୟନ୍ତ ଭାଇପସ ନିଷ୍କ୍ରିୟ କରିବାରେ ସକ୍ଷମ ।
ଏହି ମାସ୍କର ଦାମ୍ ମାତ୍ର ୭୯୯ ଟଙ୍କା । କମ୍ପାନୀ ଏହାକୁ ବ୍ଲାକ୍ କଲରରେ ଲଞ୍ଚ୍ କରିଛି । ଏହି ମାସ୍କ ନେଲ୍ସନ ଲ୍ୟାବ୍ସ ଦ୍ୱାରା ପ୍ରମାଣିତ ହୋଇଛି । ଏହି ମାସ୍କରେ ୩ ଲେୟର ଦିଆଯାଇଛି । ବାହାର ଲେୟର ଫେବ୍ରିକ୍ ଲେୟର ଯାହା ବାୟୋଟେକ୍ନୋଲୋଜିର ବ୍ୟବହାର କରି ଏୟରବୋର୍ଣ୍ଣ କଣ୍ଟେଣ୍ଟକୁ ବ୍ଲାକ୍ କରିଥାଏ । ଡବଲ-ନାଇଟ୍ ଲେୟର ସାମ୍ନାକୁ ଆସୁଥିବା ପବନରେ ଥିବା କଣିକାକୁ ଅବରୋଦ୍ଧ କରିଥାଏ । ତୃତୀୟ ବାୟୋଫେବ୍ରିକ୍ ଲେୟରରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଥାଏ ଯାହା ଭାଇରସ ଓ ବ୍ୟାକ୍ଟେରିଆକୁ ମାରିବାରେ ସକ୍ଷମ ।
କମ୍ପାନୀର କହିବାନୁସାରେ ମାସ୍କ ଭିତରର ଲେୟର ବହୁତ ସଫ୍ଟ ଯାହା ଫଳରେ ଅନେକ ସମୟ ଧରି ଏହାକୁ ପିନ୍ଧି ହେବ । ମାସ୍କ ଭିତରର ଲେୟାର ସେଲ୍ଫ-ସାନିଟାଇଜିଂ ଏବଂ ହାଇ କ୍ୱାଲିଟି ୟାର୍ଣ୍ଣର କପଡାରେ ପ୍ରସ୍ତୁତ ହୋଇଛି । ତେବେ ଆପଣ ଏହି ମାସ୍କକୁ ୫୦ ଥର ଧୋଇ ପାରିବେ ।