କରୋନାର ନୂଆ ରୂପକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା, ଜାରି ହେଲା ନୂଆ ଗାଇଡ଼ ଲାଇନ

ଗଞ୍ଜାମ(କେ ନ୍ୟୁଜ): କରୋନାର ନୂଆ ରୂପକୁ ନେଇ ଗଞ୍ଜାମରେ ଜିଲ୍ଲା ପ୍ରଶାସନରେ ତତ୍ପରତା ଦେଖାଦେଇଛି । ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରାଯାଇଛି । ଛୁଟିରେ ବି ରହିପାରିବେନି କୌଣସି ସରକାରୀ ଅଧିକାରୀ ।

ଏହା ସହ ପିକନିକ ସ୍ପଟ୍‌ ଓ ସମୁଦ୍ର କୂଳରେ ଭିଡ଼ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ । ଏଥିପାଇଁ ବାହାରିଛି ସଚେତନତା ରଥ । ଏହି ସଚେତନତା ରଥ ବ୍ରହ୍ମପୁର ସହ ୧୦ଟି ବ୍ଲକରେ ବୁଲିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.