Below header

ଭେlକିଲା ରହିବେନି ସହରର ବୁଲା ପଶୁ, ୪୮ଟି ମ୍ୟୁନିସ୍‌ପାଲିଟିରେ ବୁଲା ପଶୁଙ୍କୁ ଖାଇବାକୁ ଦେବା ପାଇଁ ୫୪ ଲକ୍ଷ ଟଙ୍କା ଘୋଷଣା କଲା ଗୃହ ଓ ନଗର ଉନ୍ନୟନ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ସହରାଞ୍ଚଳର ବୁଲା ପଶୁଙ୍କ ଖାଦ୍ୟ ପାଇଁ ୫ଟି ମ୍ୟୁନିସ୍‌ପାଲ କର୍ପୋରେସନ ଓ ୪୮ଟି ମ୍ୟୁନିସ୍‌ପାଲିଟି ପାଇଁ ୫୪ ଲକ୍ଷ ଟଙ୍କା ଘୋଷଣା କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ବୁଲା କୁକୁର ଓ ଅନ୍ୟ ପଶୁଙ୍କୁ ଖାଦ୍ୟ ପ୍ରଦାନ କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ। ଏହାସହ ଭୋକରେ ରହିବା ଯୋଗୁଁ ପଶୁମାନଙ୍କ ଆକ୍ରାତ୍ମକ ବ୍ୟବହାରକୁ ନିୟନ୍ତ୍ରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ପଶୁମାନଙ୍କୁ ୧୮ ଦିନ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର ପାଇଁ ୩ ଲକ୍ଷ ୬୦ ହଜାର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ୭ ଲକ୍ଷ ୨୦ ହଜାର ଟଙ୍କା ଓ ବାକି ମ୍ୟୁନିସ୍‌ପାଲଟି ପାଇଁ ୪୩ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.