Below header

ଜାତୀୟ ମହିଳା ଖୋଖୋ ଖେଳାଳି ବେକରେ ରସି ଲଗାଇ ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ଜାତୀୟ ମହିଳା ଖୋ ଖୋ ଖେଳାଳୀଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ। ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

କେନ୍ଦୁଝର (କେନ୍ୟୁଜ): ଜାତୀୟ ମହିଳା ଖୋ ଖୋ ଖେଳାଳୀଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟାଧନୁର୍ଜୟପୁର ଗାଁର +2 କଲେଜ ଛାତ୍ରୀ ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମନିକା ଜାତୀୟ ଜୁନିୟର୍ ମହିଳା ଖୋ ଖୋ ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ କରି ଝାଡ଼ଖଣ୍ଡରେ ଓଡ଼ିଶାକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସୂଚନା ଅନୁଯାୟୀ, ମନିକା ନିକଟସ୍ଥ ଉଖୁଣ୍ଡା କଲେଜରେ +2 ପଢୁଥିଲେ । ଗତକାଲି ନିଜ ଘରେ ରସି ଲଗାଇ ଝୁଲି ପଡ଼ିଥିଲେ । ଏହା ଜାଣିପାରି ପରିବାର ଲୋକେ ସଙ୍ଗେ ସଙ୍ଗେ ମନିକାଙ୍କୁ ଝୁମ୍ପୁରା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରୋଇ କଳହକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ, ଜଣେ ଉଦୀୟମାନ ଖେଳାଳୀଙ୍କର ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରୁଛି ବାରିଆ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.