ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂମିକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା
ଇଣ୍ଡୋନେସିଆର ଟୋବେଲୋରେ ଭୟଙ୍କର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୩ । ଏହି ଝଟକା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।
ଇଣ୍ଡୋନେସିଆର ଟୋବେଲୋରେ ଭୟଙ୍କର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୩ । ଏହି ଝଟକା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର ସେଇସମୋଲୋଜି(ଏନଏସ୍ସି) କହିଛି ଯେ, ଭୂମିକମ୍ପ ଭୂପୃଷ୍ଠରୁ ୯୭ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭାରତୀୟ ସମୟ ରାତି ୧ଟା ୩୨ ମିନିଟ ୪୭ ସେକେଣ୍ଡରେ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହାଲମାହେରା ଠାରେ ରହିଛି।
ଏହା ପୂର୍ବରୁ ଗୁରୁବାର ରାତିରେ ଗୁଜରାଟର ଅମରେଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ୧୧ଟା ୩୫ ମିନିଟରେ ଏହି ଝଟକା ଲାଗିଥିଲା। ଯାହାର ତୀବ୍ରତା ୩.୪ ରହଥିଲା । ଏହାଛଡା ଆଫଗାନିସ୍ତାନ, ତଜାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
#earthquake M 6.3 – NORTH OF HALMAHERA, INDONESIA – 2023-02-23 20:02:49 UTC pic.twitter.com/WyM2gdLMOa
— SSGEOS (@ssgeos) February 23, 2023
ଅନ୍ୟପକ୍ଷରେ ଝଟକା ପରେ ଇଣ୍ଡୋନେସିଆ ସରକାର କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନକୁ ସରକାରୀ ଅଧିକାରୀମାନଙ୍କୁ ପଠାଯାଇଛି। ଚଳିତ ବର୍ଷ ଜାନୁଆରୀ ୧୫ରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ଥରିଥିଲା।
ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ତାଣ୍ଡବରୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ସରିନଥିବା ବେଳେ ଇଣ୍ଡୋନେସିଆରେ ଭୂମିକମ୍ପ ଲୋକଙ୍କ ଜୀବନ ନେଉଛି । ଆଉ ପ୍ରତିଦିନ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଲୋକଙ୍କ ଆଶଙ୍କାକୁ ବଢାଇ ଦେଉଛି ।