Below header

ସପ୍ତାହକ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ପୁରଣ ନେଇ ଗ୍ରୀନ୍‌ ସିଗନାଲ ଦେବେ ସରକାର

ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡିଛି । ସେଗୁଡିକ ପୁରଣ ପାଇଁ ଉଦ୍ୟମ ଆରମ୍ଭ ହୋଇ ଯାଇଛି । ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି, ପଦବୀ ପୁରଣ ନେଇ ସପ୍ତାହକ ମଧ୍ୟରେ ସରକାରଙ୍କ ତରଫରୁ ଗ୍ରୀନ୍‌ ସିଗନାଲ ମିଳିଯିବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଯୁକ୍ତ ତିନିରେ ଏକକ ସିଲାବସ ପ୍ରଚଳନ, ଗୋଟିଏ ଟାଇମ୍‌ ଫ୍ରେମ୍‌ରେ ପରୀକ୍ଷା ପାଇଁ ଆଲୋଚନା ହୋଇଥିଲା । ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜିର ବୈଠକରେ ଖାଲିଥିବା ପଦବୀ ସଂମ୍ପର୍କରେ ରିପୋର୍ଟ ଦେବାକୁ କୁଳପତିମାନଙ୍କୁ କୁହାଯାଇଛି । ଏହାସହ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଉଚ୍ଚ ଶିକ୍ଷା ବିଭାଗରୁ ସିଭିଲ ସର୍ଭିସରେ ଅକୃତକାର୍ଯ୍ୟ ବା ପ୍ରିଲିମ୍‌ କ୍ୱାଲିଫାଏ କରିଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ସହାୟତା । ଏହାସହ ବାତ୍ୟାଫନି ପରେ କ୍ଷତିଗ୍ରସ୍ତ ସମସ୍ତ ବିଶ୍ୱବିଦ୍ୟାଳୟ ପୁନରୁଦ୍ଧାର ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.