Below header

କେନ୍ଦ୍ରାପଡାରେ ଅମ୍ଫନର ପ୍ରଭାବ ବଢୁଛି, ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

କେନ୍ୟୁଜ ବ୍ୟୁରୋ : କେନ୍ଦ୍ରାପଡାରେ ଅମ୍ଫନର ପ୍ରଭାବ ବଢୁଛି । ପାଖାପାଖି ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ରାଜନଗର ତାଳଚୁଆ ଅଞ୍ଚଳରେ ଉଚ୍ଚ ଜୁଆର ଆସୁଛି । ଜିଲ୍ଲାପ୍ରଶାସନ ବିଭିନ୍ନ ସ୍ଥାନରେ NDRF, ODRAF ଓ ଅଗ୍ନିଶମ ବିଭାଗ ସଜାଗ ରଖିଛନ୍ତି । ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବଡବଡ ଗଛ ସବୁ ଭାଙ୍ଗିଯାଇଛି। ପ୍ରବଳ ପବନରେ ମାଛ ଧରା ଡଙ୍ଗା ବୁଡି ଯାଇଛି ।

କରୋନା ସାଙ୍ଗକୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳି ଅଞ୍ଚଳର ପ୍ରାୟ ଏକ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ଆଶ୍ରୟସ୍ଥଳକୁ ୨୩ହଜାର ୧୪୨, କେନ୍ଦ୍ରାପଡା ଜିଲ୍ଲାରେ ୩୨ ହଜାର, ପୁରୀରେ ୯ ହଜାର ୩୭୩, ଖୋର୍ଦ୍ଧାରେ ୧ହଜାର ୩୮୫ , ଯାଜପୁରରେ ୭ହଜାର ୧୪୦ ଓ ମୟୂରଭଞ୍ଜରେ ୫ହଜାର ୨୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.