ଅଦିନିଆ ବର୍ଷାରେ ହୋଇପାରେ ଆପଣଙ୍କ ସ୍କିନ ଇନଫେକ୍ସନ, ଏମିତି କରନ୍ତୁ ଉପଚାର

ଚର୍ମରୋଗ ବା ସ୍କିନ୍ ଆଲର୍ଜି ଏପରି ଏକ ସମସ୍ୟା ଯାହା ସମସ୍ତଙ୍କ ପାଖରେ ଦେଖା ଯାଇଥାଏ । କିଛି କ୍ଷେତ୍ରରେ ଏହା ଖରାପ ଖାଦ୍ୟ ଖାଇବା ଯୋଗୁ ହୋଇଥାଏ ଏବଂ ଅନ୍ୟ କିଛି କ୍ଷେତ୍ରରେ ଖରାପ ପାଣିର ବ୍ୟବହାର ଯୋଗୁ ମଧ୍ୟ ହୋଇଥାଏ । ଏହି ରୋଗରେ ଚର୍ମ କୁଣ୍ଡାଇ ହେବା ସହିତ ଦେହରେ ଲାଲ୍ ରଙ୍ଗର ଚିହ୍ନ ସୃଷ୍ଟି ହୁଏ । ଅନେକ ସମୟରେ ଏହି ଲାଲ୍ ରଙ୍ଗର ଚିହ୍ନ ବୃଦ୍ଧି ପାଇଥାଏ ଏବଂ ଫୋଟକାରେ ପରିଣତ ହୋଇଥାଏ । ଚର୍ମରୋଗ ଶରୀରର କିଛି ସ୍ଥାନରେ ହୋଇପାରେ କିମ୍ୱା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ । ତେବେ ଆସନ୍ତୁ ଜାଣିବା ଚର୍ମରୋଗ କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କିପରି କରିବା ।

alle

ଚର୍ମରୋଗର କାରଣ:

ଖରାପ ଖାଦ୍ୟ ଖାଇବା ଦ୍ୱାରା ଆଲର୍ଜି ହେଲେ ଏଭଳି ସମସ୍ୟା ହୁଏ ।  କିଛି ବି ଶାରୀରିକ ସଂକ୍ରମଣ ବା ଅନ୍ୟ ବ୍ୟକ୍ତିଙ୍କ ଶରୀର ସଂଷ୍ପର୍ଶରେ ଆସିଲେ ମଧ୍ୟ ସ୍କିନ୍ ଆଲର୍ଜି ଦେଖା ଦେଇଥାଏ ।  ହରର୍ମୋନ ପରିବର୍ତ୍ତନ ଫଳରେ ଏହି ସମସ୍ୟା ବୃଦ୍ଧି ପାଇଥାଏ ।
ଯଦି ଆପଣଙ୍କର ମୁଣ୍ଡରେ ଅଧିକ ରୂପି ହେଉଛି, ତେବେ ତ୍ୱଚାରେ ଏହାର ପ୍ରଭାବ ପଡ଼ିଥାଏ ।  ଅତ୍ୟଧିକ ଗରମ ବା ଥଣ୍ଡା ପରିବେଶରେ ରହିବା ମଧ୍ୟ ଚର୍ମରୋଗର ଏକ କାରଣ ।

haldi

ପ୍ରତିକାର:

ହଳଦିରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଯାହାକୁ ତ୍ୱଚାରେ ଲଗାଇଲେ ଚର୍ମରୋଗରୁ ଉପଶମ ମିଳିବ ।

ଗାଧୋଇବା ବେଳେ ନଖ ଉଷୁମ ପାଣିର ବ୍ୟବହାର କରନ୍ତୁ ।

କଟନ୍ କପଡ଼ାର ବ୍ୟବହାର କରନ୍ତୁ ।

ଭଲ ସାବୁନ ଓ ମଶ୍ଚରାଇଜର ବ୍ୟବହାର କରନ୍ତୁ ।

ଯଦି କୌଣସି ଚର୍ମଜନିତ ସମସ୍ୟା ଦେଖା ଦେଉଛି, ତେବେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.