Below header

ଅମ୍ଫନ୍‌ ପ୍ରଭାବରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ଶିଶୁ ମୃତ

ଭଦ୍ରକ(କେ.ନ୍ୟୁଜ୍‌): ଅମ୍ଫନ୍‌ର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ଏବେ ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷା ପବନ ଜାରି ରହିଛି। ପ୍ରବଳ ପବନ ଯୋଗୁ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଭାଙ୍ଗିଛି। ତେବେ ଇତି ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ଏକ ଅଘଟଣା ଘଟିଛି। ତିହିଡ଼ି ବ୍ଲକ କାଂପଡ଼ା ଗାଁରେ କାନ୍ଥ ପଡ଼ି ସ୍ଥାନୀୟ ବଳରାମ ଦାସଙ୍କ ପୁଅର ମୃତ୍ୟୁ ଘଟିଛି। ଆଜି ଭୋରରେ କାନ୍ଥ ଭାଙ୍ଗି ଏହି ଅଘଟଣର ଘଟିଥିବା ଜଣାଯାଇଛି।

wall

ରିପୋର୍ଟ ମୁତାବକ ଆଜି ସକାଳେ ବଳରାମ ଦାସଙ୍କ ଶିଶୁ ପୁତ୍ର ଘରେ ଶୋଇଥିଲା। କିନ୍ତୁ ଅମ୍ଫନ୍‌ ପ୍ରଭାବରେ ହେଉଥିବା ବର୍ଷା ପବନ ଯୋଗୁ ହଠାତ୍‌ ତାଙ୍କ ଘରର କାନ୍ଥ ଭୁଶୁଡ଼ିଲା ପଡ଼ିଥିଲା। ଫଳରେ କାନ୍ଥ ତଳେ ତାଙ୍କ ପୁଅ ଚାପି ହୋଇ ରହି ଯାଇଥିଲା। ଘଟଣାସ୍ଥଳରେ ହିଁ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.