ରାଜନଗରରେ ଭୟଙ୍କର ରୂପରେ ତାଣ୍ଡବଲୀଳା କରୁଛି ବାତ୍ୟା ଅମ୍ଫାନ

ରାଜନଗର (କେନ୍ୟୁଜ ବ୍ୟୁରୋ) : ରାଜନଗରରେ ଭୟଙ୍କର ରୂପରେ ତାଣ୍ଡବଲୀଳା କରୁଛି ବାତ୍ୟା ଅମ୍ଫାନ । ଏହା ହେଉଛି ପେଣ୍ଠ ସମୁଦ୍ର କୂଳର ଦୃଶ୍ୟ । ଅନ୍ୟପଟେ ତାଳଚୁଆ ମେରାଇନ ଥାନାର ବାରାକ ଉଚ୍ଚ ଜୁଆରରେ ବୁଡିବାକୁ ବସିଲାଣି । ସେଥିପାଇଁ ପୋଲିସ କର୍ମଚାରୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ । ତେବେ ସନ୍ଧ୍ୟା ୭ ଟା ରୁ ୭.୩୦ ମଧ୍ୟରେ ଅମ୍ଫାନ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ଏହି ସମୟରେ ସର୍ବାଧିକ ୨୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.