‘ମହାଭାରତ’ରେ ସବୁ କଳାକାରଙ୍କୁ ମିଳୁଥିଲା ସମାନ ଦରମା, କିଛି ତ ମାଗଣାରେ ବି କରିଥିଲେ ଅଭିନୟ

ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ଅଶୀ ଦଶକର ଧାରାବାହିକ ରାମାୟଣ, ମହାଭାରତ, ଶ୍ରୀକୃଷ୍ଣ ଆଦି ସିରିୟଲ ପ୍ରସାରିତ ହେଉଛି। ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବିଆର୍‌ ଚୋପ୍ରାଙ୍କ ମହାଭାରତ। ମହାଭାରତ ସିରିୟଲକୁ ନେଇ ଏବେ ନୂଆ ନୂଆ କଥା ସାମ୍ନାକୁ ଆସିଛି। ଏବେ ସିରିୟଲରେ କାମ କରୁଥିବା କଳାକାରଙ୍କ ପାରିଶ୍ରମିକ ଉପରୁ ପରଦା ହଟିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୯୮୮ ମସିହାରେ ନିର୍ମିତ ମହାଭାରତରେ ସମସ୍ତ କଳାକାରକୁ ସମାନ ଦରମା ମିଳୁଥିଲା।

After Ramayan, Doordarshan brings back Mahabharat on TV starting ...

ରିପୋର୍ଟ ମୁତାବକ ମହାଭାରତର ସମସ୍ତ କଳାକାରଙ୍କୁ ଏପିସୋଡ୍‌ ପିଛା ୩ ହଜାର ଟଙ୍କା ମିଳୁଥିଲା। ମହାଭାରତରେ ମୋଟ୍‌ ୯୪ଟି ଏପିସୋଡ୍‌ ରହିଥିଲା। ତେବେ ୮୦ ଦଶକରେ କଳାକାରକୁ ଏପିସୋଡ୍‌ ପିଛା ୩ ହଜାର ଟଙ୍କା ମିଳିବା ନିହାତି ଭାବେ ବଡ଼ କଥା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସମସ୍ତଙ୍କୁ ସମାନ ଦରମା ମିଳିବା।

 

Br Chopra Mahabharat Tv Serial Last Day Behind The Scenes Video ...

ଅନ୍ୟପଟେ ସିରିୟଲରେ ଅଭିନୟ କରିଥିବା କିଛି କଳାକାର ମାଗଣାରେ ମଧ୍ୟ କାମ କରିଥିବା ଜଣାଯାଇଛି। ଯୁଦ୍ଧ ସିନ୍‌ରେ ସୈନିକ ପାଇଁ ଅଧିକ ଲୋକ ନେବାକୁ ନିର୍ମାତା ଚିନ୍ତା କରୁଥିଲେ। ଏହି ସମୟରେ ମହାଭାରତର କଳାକାରଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ସେହି ଭିଡ଼ ମଧ୍ୟରୁ କିଛି ଲୋକ ମାଗଣାରେ ମହାଭାରତରେ କାମ କରିଥିଲେ।

BR Chopra Death Anniversary Special: The Story Behind His Iconic ...

ଏକ ଇଣ୍ଟରଭ୍ୟୁରେ ମହାଭାରତର ଡାଇରେକ୍ଟର ରବି ଚୋପ୍ରାଙ୍କ ପତ୍ନୀ ରେଣୁ କହିଥିଲେ ଯେ ମହାଭାରତର ବଜେଟ୍‌ ପ୍ରତି ଏପିସୋଡ୍‌ ପାଇଁ ୬ ଲକ୍ଷ ଥିଲା। ସେ କହିଥିଲେ ଯେ ରବି ଚୋପ୍ରା ବଢ଼ୁଥିବା ବଜେଟ୍‌କୁ ନେଇ ଖୁବ୍‌ ଚିନ୍ତିତ ଥିଲେ। କିନ୍ତୁ ବିଆର ଚୋପ୍ରା ତାଙ୍କୁ ବଜେଟ୍‌ କଥା ଚିନ୍ତା ନ କରିବାକୁ ଆଶ୍ୱାସନା ଦେଇଥିଲେ। ସିରିୟଲ ଲୋକପ୍ରିୟ ହେବା ପରେ ସବୁ କିଛି ଠିକ୍‌ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.