ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ସରକାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ) : ବାତ୍ୟା ମୁକାବିଲା ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୬ରୁ ୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପାରାଦୀପରେ ସର୍ବାଧିକ ୧୪୪ ମିଲିମିଟରର ବର୍ଷା ରେକର୍ଡ ରହିଛି। ସେହିପରି ପୁରୀ ଏବଂ ଗୋପାଳପୁରରେ ପବନର ବେଗ କମିଛି। କାଁ ଭାଁ ଗଛ ଭାଙ୍ଗିପଡିଥିବା ସୂଚନା ରହିଛି। ସେହିପରି ସେଠାରେ NDRF, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମୁତୟନ କରାଯାଇଛି।

ବାତ୍ୟା ଆଗରୁ ପ୍ରାୟ ଏକ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କଚ୍ଚା ଘରେ ରହୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ଘରେ ରହିବାକୁ ଦିଆଯିବନି । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ବାକି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ଖାଇବା, ପିଇବା ଦେବା ସହ ଲାଇଟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

You might also like