Below header

ମହାମାରୀ ସ୍ଥିତିରେ ବି ବଢ଼ିଛି ମୋଦିଙ୍କ ଲୋକପ୍ରିୟତା, ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପକାଇଲେ ପଛରେ

ଏବେ ସବୁ ଦେଶ କରୋନା ମହାମାରୀ ସହ ଲଢ଼ୁଛନ୍ତି। ସବୁଠାରୁ ଖରାପ ସ୍ଥିତି ଆମେରିକାର ରହିଛି। ସେହିପରି ଋଷ ଓ ଜର୍ମାନୀରେ ମଧ୍ୟ ଅବସ୍ଥା ସଙ୍ଗୀନ ରହିଛି। ଭାରତରେ ମଧ୍ୟ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ କରୋନା ସଂକ୍ରମିତ ହୋଇସାରିଲେଣି। କିନ୍ତୁ ଏହି ସଙ୍କଟ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହସ ଦେଖାଇଛନ୍ତି। ସେ ଯେଉଁଭଳି ଭାବରେ ମହାମାରୀକୁ ମୁକାବିଲା କରୁଛନ୍ତି ଓ ଦେଶର ନେତୃତ୍ୱ ନେଉଛନ୍ତି ତାହା ତାଙ୍କ ଲୋକପ୍ରିୟତା ବଢ଼ାଇଛି।

From 'Atmanirbhar Bharat Abhiyaan' to living with COVID-19 ...

ନିକଟରେ ହୋଇଥିବା ଏକ ସର୍ଭେ ମୁତାବକ କରୋନା ମୁକାବିଲା କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସବୁଠାରୁ ଅଧିକ ଲୋକପ୍ରିୟ ଅଛନ୍ତି। ଆମେରିକାର ଫର୍ମ ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ଅନୁସାରେ ଗତ କିଛି ମାସରେ ମୋଦିଙ୍କ ହାଇ ଇମ୍ପ୍ରୁଭାଲ ରେଟିଂ ୮୦ ପ୍ରତିଶତରୁ ବଢ଼ି ୯୦ରେ ପହଞ୍ଚିଛି। ଲୋକପ୍ରିୟତା ମାମଲାରେ ସେ ଟ୍ରମ୍ପ ଓ ପୁଟିନ୍‌ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

More Power To India-US Friendship': Tweets PM Modi After Trump ...

କେତେକ ଅର୍ଥନୀତିଜ୍ଞ ମଧ୍ୟ ମୋଦି ସରକାରଙ୍କ ତରଫରୁ ଜାରି କରାଯାଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜ୍‌କୁ ପ୍ରଶଂସା କରିଛନ୍ତି। ଏଭଳି ସଙ୍ଗୀନ ସ୍ଥିତିରେ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଲକ୍ଷ ଲକ୍ଷ ସାଧାରଣ ଜନତା ଉପକୃତ ହେବେ। ଏଣୁ ମୋଦିଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। କେବଳ ଏତିକି ନୁହେଁ ଯେଉଁ ସମୟରେ ଆମେରିକାର ରାଷ୍ଟ୍ରପତି କରୋନାକୁ ସେତେଟା ଗୁରୁତ୍ୱ ଦେଉନଥିଲେ ସେହିଭଳି ସ୍ଥିତିରେ ମୋଦି ଯେଉଁଭଳି ଭାବେ ସାହସିକତା ଦେଖାଇ ଦେଶକୁ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ, ତାହା ମଧ୍ୟ ମୋଦିଙ୍କ ଲୋକପ୍ରିୟତା ବଢ଼ାଇବାରେ ବେଶ୍‌ ସହାୟକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.