Below header

ଭଦ୍ରକରେ ଜାରି ରହିଛି ବାତ୍ୟାର ପ୍ରକୋପ, ୧୨ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ୟୁଜ ବ୍ୟୁରୋ : ଭଦ୍ରକରେ ଜାରି ରହିଛି ବାତ୍ୟାର ପ୍ରକୋପ । ବାସୁଦେବପୁର ବ୍ଳକରେ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି । ଗତକାଲିଠୁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ବାତ୍ୟା ଆମ୍ଫାନ ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳ । ମଧ୍ୟରାତ୍ରିରୁ ପବନର ବେଗ ଅଧିକ ବଢ଼ିଛି । ଧାମରା ଓ ବାସୁଦେବପୁର ଅଞ୍ଚଳର ୨୨ଟି ପଞ୍ଚାୟତରୁ ପାଖାପାଖି ୧୨ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.