Below header

ସାଙ୍ଘାତିକ ଅଭିଯୋଗ ! ଚାକିରି ପାଇଁ ଲାଞ୍ଚ ଦେଇନପାରିବାରୁ ସର୍ବସ୍ୱାନ୍ତ ହୋଇପଡିଛି ଏହି ମହିଳାଙ୍କ ଜୀବନ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟ ପରିସରରୁ ସାମ୍ନାକୁ ଆସିଥିଲା ଜଣେ ଅସହାୟ ମହିଳାଙ୍କ ଦୁଃଦର କାହଣୀ। ତେବେ ଏହି ମହିଳା ଜଣଙ୍କ ଜିରାଙ୍ଗ ଗ୍ରାମର ସଙ୍ଗୀତା ପ୍ରଧାନୀ ।

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟ ପରିସରରୁ ସାମ୍ନାକୁ ଆସିଥିଲା ଜଣେ ଅସହାୟ ମହିଳାଙ୍କ ଦୁଃଦର କାହଣୀ। ତେବେ ଏହି ମହିଳା ଜଣଙ୍କ ଜିରାଙ୍ଗ ଗ୍ରାମର ସଙ୍ଗୀତା ପ୍ରଧାନୀ । ଯିଏ ଜିଲ୍ଲାପାଳଙ୍କ ପାଇଁ ବହୁ ସମୟ ଅପେକ୍ଷା କରିବାପରେ ଜିଲ୍ଲାପାଳ ସରକାରୀ କାମରେ ବ୍ରହ୍ମପୁର ଯାଇଥିବାରୁ ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ ଓ ତାଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ତେବେ ଆପଣ ଜାଣି ଚକିତ ହେବେ କି ସଙ୍ଗୀତାଙ୍କ ଜୀବନ ଏକ ଚାକିରି ପାଇଁ ଲାଞ୍ଚ ଦେଇନପାରିବାରୁ ସର୍ବସ୍ୱାନ୍ତ ହୋଇପଡିଛି।

ସଙ୍ଗୀତା ଓଡିଶା ଜୀବିକା ମିଶନରେ ଜିରାଙ୍ଗ ଗ୍ରମରେ ସିଆରପି ଭାବେ କାମ କରୁଥିଲେ। ଏହି ଚାକିରିରେ ଦରମା ତିନି ହଜାର ଥିବାବେଳେ ତାଙ୍କୁ ଏମବିକେ ହେମାଙ୍ଗିନି କରାଡ ଓ ରାୟଗଡ ବିପିଏମ ଲତିକା ଦେବୀ ୨୦ହଜାର ଲାଞ୍ଚ ମାଗିଥିବା ଅଭିଯୋଗରେ ଦର୍ଶାଯାଇଛି । ପ୍ରଥମେ ସଙ୍ଗୀତା ୧୦ହଜାର ଲାଞ୍ଚ ଦେଇଥିବା ବେଳେ ୧୫ହଜାର ପାଇଁ କଥା ହୋଇଥିଲା। ପରେ ସଙ୍ଗୀତା ଦରମା ମିଳିଲେ ଦେବି ବୋଲି କହିଥିଲେ । ହେଲେ ସଙ୍ଗୀତା ଜାନୁଆରୀ ୨୦୨୨ରେ ଚାକିରି ଆରମ୍ଭ କରିଥିଲେ ସୁଦ୍ଧା ୬ମାସ ପରେ ୧୮ହଜାର ଦରମା ଆସିଥିଲା ।

woman pic

ଦରମା ଆସିବା ପରେ ଲାଞ୍ଚ ଦେବାକୁ ଥିବା ବକେୟା ରାଶି ୫ ହଜାର ଓ ତିନିମାସର ୯ହଜାର ଦରମା ଫେରାଇବାକୁ ରାୟଗଡା ବିପିଏମ କହିଥିବା ନେଇ ଏମବିକେ ହେମାଙ୍ଗିନି କରାଡ କହିଥିଲେ । ତେବେ ସଙ୍ଗୀତା ନଦେବାରୁ ଆଉ ତାଙ୍କୁ କାମ କରିବାକୁ ମନା କରିଦେଇଥିଲେ । ଏପଟେ ସଙ୍ଗୀତା କିଛି କାଗଜ ପାଇନଥିବାରୁ ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ତାଙ୍କ ଚରିତ୍ର ବିଷୟରେ ଏପଟୁ ସେପଟୁ କହି ସୁନାର ସଂସାର ଭାଙ୍ଗିଥିବା ନେଇ ସଙ୍ଗୀତା ଅଭିଯୋଗ କରିଛନ୍ତି। ଏପଟେ ଅପରପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନଥିବାବେଳେ, ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଏପଟେ ସଙ୍ଗୀତାଙ୍କ ବୈବାହୀକ ଜୀବନ ଖରାପ ହେବାରୁ ସେ ବର୍ତ୍ତମାନ ମୋହନା ବ୍ଲକର ଗୋବିନ୍ଦପୁରରେ ନିଜ ବାପ ଘରେ ରହୁଛନ୍ତି। ତେବେ ଘଟଣାର ତଦନ୍ତ ସହ ତାଙ୍କ ଚାକିରି ଫେରାଇବା ଓ ତାଙ୍କ ଉଜୁଡା ସଂସାରକୁ ପୁଣି ସଜାଡିବା ପାଇଁ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି ସଙ୍ଗୀତା । ସେପଟେ ସଙ୍ଗୀତାଙ୍କ ଦୁଇଟି ଛୁଆର ଜୀବନ ମଧ୍ୟ ଏହି ସମସ୍ତ ଘଟଣାକୁ ନେଇ ଅନ୍ଧକାର ଭିତରକୁ ଠେଲି ହୋଇ ପଡିଛି। ତେଣୁ ତୁରନ୍ତ ଏହି ମାମଲାର ଉଚିତ୍ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.