IIT ଧାନବାଦରେ ପ୍ରଫେସର ପଦବୀ ଖାଲି, ୨୭ ଅକ୍ଟୋବର ପୂର୍ବରୁ କରନ୍ତୁ ଆବେଦନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଧନବାଦରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୨୭ ଅକ୍ଟୋବର ୨୦୨୩ ରହିଛି ।

ପ୍ରଫେସର ପଦବୀରେ ସରକାରୀ ଚାକିରି ଖୋଜୁଥିବା ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଧନବାଦରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି ରହିଛି । ଇଚ୍ଛୁକ ରଖିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଅଧିକ ଜାଣିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଧନବାଦର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୭୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ପିଏଚଡି କରିଥିବା ଜରୁରୀ । ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଥିବା ୩୫ ବର୍ଷରୁ କମ୍‌ ହୋଇଥିବା ଜରୁରୀ । ଏହାଛଡା କାମ କରିବାର ଅଭିଜ୍ଞତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଦରମା : ପ୍ରାର୍ଥୀଙ୍କ ଚୟନ ହେବା ପରେ ଦରମା ପଦ ଅନୁସାରେ ମିଳିବ । ମାସକୁ ୧,୩୯, ୬୦୦ ଟଙ୍କାରୁ ୨,୦୪,୭୦୦ ଟଙ୍କା ମିଳିବ । ପୂର୍ବରୁ କୌଣସି ସ୍ଥାନରେ କାମ କରୁଥିଲେ ଏନଓସି ଆଣିବାକୁ ହେବ ।

ଅଧିକ ଜାଣିବା ପାଇଁ ୱେବସାଇଟକୁ ଯାଇ ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.