Below header

ଟ୍ୟୁସନରୁ ନାବାଳିକା ଛାତ୍ରୀକୁ ନେଇ ଫେରାର ସାର୍! ପୁରୀ ଏସପି ଅଫିସ୍ ସମ୍ମୁଖରେ ଦିବ୍ୟାଙ୍ଗ ବାପାର ଧାରଣା

ପୁରୀ(କେନ୍ୟୁଜ୍): ପୁରୀ ଏସପିଙ୍କ କାର୍ଯ୍ଯାଳୟ। ଏଠାରେ ବସିଛନ୍ତି ଜଣେ ମହିଳା ଏବଂ ପୁରୁଷ। ଏମାନଙ୍କର ଆଖିରେ ଅନେକ ଅକୁହା କଥା ଉଙ୍କିମାରୁଛି । ଏମାନେ ସମ୍ପର୍କରେ ସ୍ବାମୀ ସ୍ତ୍ରୀ । ତେବେ ଏମାନେ ଏଠି ଖାଲିଟାରେ ଏମିତି ବସିନାହାନ୍ତି,ଏମାନେ ଧାରଣ ଦେଇଛନ୍ତି। ଆଉ ଯାହାର କାରଣ ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ।

ଏଇ ବାପା ମାଙ୍କ ନାବାଳିକା ଝିଅକୁ ଟ୍ୟୁସନ ମାଷ୍ଟର ନେଇ ଛୁ ମାରିଛନ୍ତି। ଟ୍ୟୁସନରୁ ନାବାଳିକା ଛାତ୍ରୀକୁ ନେଇ ଫେରାର ହୋଇଯାଇଛନ୍ତି ସାର୍। ଏଭଳି ଏକ ଘଟଣା ଗତ ଡ଼ିସେମ୍ବର ମାସ ୭ ତାରିଖରେ ସଦର ଥାନା ଅନ୍ତର୍ଗତ ତଳଜଙ୍ଘ ଗ୍ରାମର ଘଟିଥିଲା। ନାବାଳିକା ଜଣକ ଦଶମ ଶ୍ରେଣୀର ଛାତ୍ରୀ। ସେହି ଗ୍ରାମର ବିକ୍ରମ ନାୟକଙ୍କ ପାଖରେ ଟ୍ୟୁସନ ହେଉଥିଲା। ଛାତ୍ରୀଙ୍କୁ ଟ୍ୟୁସନ କରିବା ସଙ୍ଗେସଙ୍ଗେ ତାଙ୍କୁ ପ୍ରତ୍ୟେକ ଦିନ ରାତିରେ ଫୋନ କରି ହଇରାଣ କରୁଥିଲେ। ଏହି ଘଟଣା ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ଏବଂ ବିକ୍ରମ ଙ୍କୁ ଜେଲ ଯିବାକୁ ପଡିଥିଲା।

କିଛି ଦିନ ଜେଲ ରେ ରହି ଫେରିଥିବା ବିକ୍ରମ ଗତ ମାସ ୭ ତାରିଖରେ ନାବାଳିକାକୁ ନେଇ କେଉଁ ଆଡ଼େ ଫେରାର ହୋଇଯାଇଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।ଏହି ଘଟଣା ଘଟିବା ପରେ ପରିବାର ପକ୍ଷରୁ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା।ଝିଅ କୁ ଖୋଜିବାରେ ବିଳମ୍ବ ହେବାରୁ ପରିବାର ଲୋକ ବାରମ୍ବାର ଥାନା କୁ ଦୌଡ଼ି ଥିଲେ ହେଲେ ସେଠାରେ ପୋଲିସ ଙ୍କ ଦୁର୍ବ୍ୟବହାର ର ଶିକାର ହେବାକୁ ପଡିଥିଲା ପରିବାର ଲୋକଙ୍କୁ ବୋଲି ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ ବାପା। ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଯାଇ ପୋଲିସର ଦୁର୍ବ୍ୟବହାର ବିରୁଦ୍ଧରେ ଆଜି ପରିବାର ଲୋକ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

dharana puri

କଥାରେ ଅଛି ଶିକ୍ଷାଦାନ ହେଉଛି ଜୀବନର ଶ୍ରେଷ୍ଠ ଦାନ । ଯେଉଁମାନେ ସମାଜର ସଫଳତାର ଚରମ ସୀମାରେ ପହଞ୍ଚିଛନ୍ତି ସେମାନଙ୍କ ପଛରେ ଜଣେ ଜଣେ ଗୁରୁଙ୍କର ଆଶୀର୍ବାଦ ପ୍ରେରଣା ହିଁ ସେମାନଙ୍କୁ ଆଗକୁ ନେଇଛି । ଗୁରୁ ହେଉଛନ୍ତି ଭଗବାନ୍ ଙ୍କ ଦ୍ବିତୀୟ ରୂପ । ହେଲେ ଏଭଳି କିଛି ଅସାମାଜିକ ବ୍ଯକ୍ତି ଶିକ୍ଷାଦାନ ନାରେ ଗୁରୁ ଶିଷ୍ଯ ସମ୍ପର୍କକୁ କଳୁଷିତ କରୁଛନ୍ତି । ମାତ୍ର ୧୫ ବର୍ଷର ନାମାବଳିକା ତାରବି କେତେ ବୁଦ୍ଧି? ସମାଜର ଭଲ ମନ୍ଦ ବା ସେ କଣ ଜାଣିଥିବ । ହେଲେ ଶିକ୍ଷକ ବୋଲାଉଥିବା ସାର୍ ତ ନିଶ୍ଚିତ ବୁଝିପାରୁଥିବେ ଏକଥା କି ଝିଅଟିର ବୟସ ଖୁବ୍ କମ୍…ଆଉ ବୁଝିପାରୁଥିବେ ଏ ବାପା ମାଙ୍କ ଦୁଃଖ । ନିଜ ନାବାଳିକା ଝିଅକୁ ଫେରିପାଇବା ପାଇଁ ସେମାନେ କେମିତି ଡହଳ ବିକଳ ହେଉଛନ୍ତି। ତେବେ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ନିବେଦନ, ଏ ଦିବ୍ୟାଙ୍ଗ ବାପାଟିର ଅଭିଯୋଗକୁ ଗୁରୁତ୍ବର ସହ ନେଇ
ଘଟଣାର ଉଚିତ୍ ତଦନ୍ତ କରିବା ସହ ଦୋଶୀକୁ ଧରି ଉଚିତ୍ କାର୍ଯ୍ଯନୁଷ୍ଠାନ ଗ୍ରହଣ କରନ୍ତୁ।

ଆଉ ପିଲାଙ୍କୁ ସ୍କୁଲ୍ କିମ୍ବା ଟିୟୁସନ୍ ଛାଡୁଥିବା ଅଭିଭାବକ ମାନେ ମଧ୍ଯ ଧ୍ୟାନ ଦେଇ ଦେଖନ୍ତୁ ଏହି ଭିଡିଓ। ଆଉ ହୋଇ ଯାଆନ୍ତୁ ଟିକେ ସାବଧାନ । ଯେଉଁ ପୁଅ ଝିଅଙ୍କୁ ମଣିଷ କରିବା ପାଇଁ ଆପଣ ଦିନ ରାତି ଝାଳବୁହା ପରିଶ୍ରମ କରୁଛନ୍ତି ସେମାନେ ପାଠପଢା ପ୍ରତି କେତେ ଯତ୍ନବାନ୍ ସେ ଦିଗରେ ନଜର ରଖନ୍ତୁ।

ପୁରୀରୁ ଭିଡିଓ ଗ୍ରାଫର ଚନ୍ଦନ ଦାସଙ୍କ ସହ ଶୈଳେନ୍ଦ୍ର ଆଚାର୍ଯ୍ଯଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.