Below header

ନଗର ପାଳ ଓ ପିଡ଼ି ଡିଆରଡିଏ ବିବାଦ, ବଦଳି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ କଲା ବିଜେପି

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି। ନଗର ପାଳ ଏବଂ ପିଡ଼ିଙ୍କ ବିବାଦ ଏବେ ରାଜ ରାସ୍ତାରେ। ନଗରପାଳ ଶ୍ରୀ କୁନୁ ନାୟକଙ୍କୁ ପିଡ଼ି ଡିଆରଡିଏ ଶ୍ରୀମତୀ ଅନ୍ଯା ଦାସ ହକି ବିଶ୍ୱକପର ସ୍ୱାଗତ ସମାରୋହରେ ତୁମେ କିଏ କହି ଚୌକିରୁ ଉଠିବାକୁ କହି ଦୁର୍ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି ନଗରପାଳ। ଏ ଘଟଣାକୁ ନେଇ ପିଡ଼ି କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ବଦଳି ଦାବି କରିଛି ବିଜେପି।

ଗତ ଦୁଇ ଦିନ ଧରି ଏ ବିବାଦ ଲାଗି ରହିଛି। ବିଜେପି କର୍ମକର୍ତା ପ୍ରଥମେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟ ପରେ ଗତ କାଲି ଜିଲ୍ଲା ପରିଷଦ କାର୍ଯ୍ଯାଳୟରେ ତାଲା ଦେବା ସହ ୨୬ ନଂ ଜାତୀୟ ରାଜପଥ ରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ବେଳେ ୨୫ ବିଜେପିଙ୍କୁ ଉଠାଇ ନେଇଥିଲା ପୋଲିସ ଆଜି ଏହାକୁ ନେଇ ସହରରେ ବନ୍ଦ ଡାକରା ଦେଇଛି ବିଜେପି। ସକାଳୁ ସହରର ଦୁଇ ପ୍ରମୁଖ ଛକ ମାଝୀଗୁଡା ଏବଂ ଚାମୁରିୟା ଗୁଡା ଛକରେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ବିଜେପି କର୍ମୀ।ନବରଙ୍ଗପୁର ଜିଲ୍ଲାରୁ କୋରାପୁଟ ଆଉ କଳାହାଣ୍ଡି ଜିଲ୍ଲାକୁ ଜାତୟତ ଠପ । ରାସ୍ତାର ଦୁଇ ପାର୍ଶ୍‌ରେ ଅଟକିଛି ବସ ଆଉ ଟ୍ରକ। ଏହି ୧୨ ଘଣ୍ଟିଆ ବନ୍ଦ କୁ ସମର୍ଥନ ଜଣେଇଛନ୍ତି ବଣିକ ସଙ୍ଘ ଆଉ ଟ୍ରକ ବସ ମାଲିକ ସଙ୍ଘ୧୨

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.