Below header

ବିସ୍ମୟ ବାଳକ ଶୁଭ୍ରାଂଶୁ: ଅଢେଇ ବର୍ଷ ବୟସରୁ ଦୁଇ ଦୁଇଟି ରେକର୍ଡସର ଅଧିକାରୀ

ଭଞ୍ଜନଗର(କେନ୍ୟୁଜ୍‌): କଥାରେ ଅଛି “ଓଳିଆ ରୁ ପଡି ଗଜା” । ବର୍ତମାନ ସମୟରେ ମଧ୍ୟ , ଏଭଳି ଅନେକ କଥା ନଜରକୁ ଆସୁଛି । ପିଲାଟି ଦିନରୁ ଅତି ଚାଲାକ୍ ଥିବା ବିସ୍ମୟ ବାଳକ/ବାଳିକାଙ୍କ ଉଚ୍ଚକୋଟୀର ପ୍ରତିଭା ଦେଖିବାକୁ ମିଳୁଛି। ଏମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ। ଯେଉଁ ବିସ୍ମୟ ବାଳକଙ୍କ ନାଁ ଶୁଭ୍ରାଂଶୁ ରାଉତ।

ଶୁଭ୍ରାଂଶୁଙ୍କୁ ଏବେ ମାତ୍ର ଅଢେଇ ବର୍ଷ । ସବୁ କୋମଳମତୀ ପିଲାଙ୍କ ଭଳି , ସେମଧ୍ୟ ଭଲ-ମନ୍ଦ , ବାଛ-ବିଚାର କିଛି ଜାଣଛନ୍ତି । ତଥାପି ନିଜର ବିଚକ୍ଷଣ ବୁଦ୍ଧି ପାଇଁ , ସେ ଏବେ ଦୁଇ ଦୁଇଟି ପ୍ରତିଭାର ଅଧିକାରୀ । ମାତ୍ର ୨ବର୍ଷ ୪ମାସ ବୟସରେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍” ଏବଂ ୨ବର୍ଷ ୬ମାସ ବୟସରେ “ଇଣ୍ଟର ନେସନାଲ ବୁକ୍ ଅଫ୍ ରେକର୍ଡସ୍” ରେ ସଫଳତା ହାସଲ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀ ଙ୍କ ନାମ ଠାରୁ ଆରମ୍ଭ କରି , ବିଭିନ୍ନ ଯାନବାହାନ , ପ୍ରାଣୀ , ରାଇମସ୍ , ଦେଶ ଓ ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ , ଇଂରାଜୀ ରେ ୪୦ ଟି ଶବ୍ଦର ବିପରୀତ ଅର୍ଥ କହି , ଶୁଭ୍ରାଂଶୁ ଏହି ଦୁଇ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

record

ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ , ଲାଲସିଙ୍ଗି ପଞ୍ଚାୟତର ଶୁଶାନ୍ତ କୁମାର ରାଉତଙ୍କ ଏକମାତ୍ର ପୁଅ ଶୁଭ୍ରାଂଶୁ । ଶୁଶାନ୍ତ , ରାୟଗଡ଼ା ଜିଲ୍ଲା ଆଇଆରବି ରେ ହାବିଲଦାର ଭାବେ କାର୍ଯ୍ୟ କରନ୍ତି । ନିଜ ଚାକିରି କର୍ମ ବ୍ୟସ୍ଥତା ଭିତରେ ପୁଅପାଇଁ ସମୟ ଦେଇପାରନ୍ତିନି ଶୁଶାନ୍ତ । ଘରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଶୁଭ୍ରାଂଶକୁ ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ପୁରାଣ ଶାସ୍ତ୍ରର ବିଭିନ୍ନ ଶ୍ଳୋକ ଏବଂ ଦେଶ ଓ ବିଶ୍ଵର ବିଭିନ୍ନ ଜଣା-କଥା ବିଷୟରେ ଅଭ୍ୟାସ କରାଇଥାନ୍ତି । ବାପ-ମା’ କହିବା ପ୍ରକାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ଯାହା ଥରେ କହିଦିଆଯାଏ ସେସବୁ ଗୋଟିଏ ଥରରେ ହିଁ ମନେ ରଖିଦିଏ ଶୁଭ୍ରାଂଶୁ । ଆଉ ଅନର୍ଗଳ କହିଚାଲେ ସବୁ ପ୍ରଶ୍ନର ଉତ୍ତର ।

ପୁଅର ଏଭଳି ପ୍ରତିଭାକୁ ଅନ୍ ଲାଇନ୍ ମାଧ୍ୟମରେ ଗତ ଜାନୁଆରୀ ମାସରେ ହରିଆଣା ରେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍” ଏବଂ ପରବର୍ତ୍ତୀ ସମୟରେ ଗତ ମାର୍ଚ୍ଚ ମାସରେ ପଞ୍ଜାବର ଅମୃତସର ରେ “ଇଣ୍ଟରନେସନାଲ ବୁକ୍ ଅଫ୍ ରେକର୍ଡସ୍” ରେ ଭାଗନେଇ ଏହି ସଫଳତା ପାଇଛନ୍ତି ।

child

“ବଡ଼ ମଣିଷ” ଏବଂ “ଭଲ ମଣିଷ” ର ବାସ୍ତବତା କୁ ଅତି ନିକଟରୁ ପରଖିଛନ୍ତି ଶୁଭ୍ରାଂଶୁଙ୍କ ବାପା ଓ ମା’ । “ନୈତିକ-ଶିକ୍ଷା” ସହ “ମାନବିକତା” ର ନୀତି-ଆଦର୍ଶରେ ଜଣେ ସନ୍ତାନ ସଫଳତାର ଶୀର୍ଷରେ ପହଞ୍ଚିବ ବୋଲି ଏମାନଙ୍କ ବିଶ୍ବାସ । ଯାହା ଶୁଭ୍ରାଂଶୁ ସମ୍ଭବ କରି ଦେଖାଛନ୍ତି । ଏତେ କମ୍ ବୟସରେ ଦୁଇଟି ପ୍ରତିଭାର ଅଧିକାରୀ ହୋଇଥିବାରୁ , ନିଜ ଗାଁ ଏବଂ ଭଞ୍ଜନଗର ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଶୁଭ୍ରାଂଶୁଙ୍କୁ ଖୁବ୍ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.