ONGC ରେ ଖାଲିପଡିଛି ୩୬୧୪ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC) ରେ ଖାଲିପଡିଛି ଚାକିରି। ଏଠାରେ ୩୬୧୪ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ ongcindia.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ ତାରିଖ ୨୨ ମଇ, ୨୦୨୨ ରହିଛି।

ପଦବୀ ବିବରଣୀ : ୩୬୧୪

ଏଠାରେ ଉତ୍ତର ସେକ୍ଟରରେ ୨୦୯ ପଦବୀ, ମୁମ୍ବାଇ ସେକ୍ଟରରେ ୩୦୫ ପଦବୀ, େଓ୍ଵଷ୍ଟର୍ଣ୍ଣ ସେକ୍ଟରରେ ୧୪୩୪, ପୂର୍ବ ସେକ୍ଟରରେ ୭୪୪, ଦକ୍ଷିଣ ସେକ୍ଟରରେ ୬୯୪ ପଦବୀ ଏବଂ ସେଣ୍ଟ୍ରାଲ ସେକ୍ଟରରେ ୨୨୮ ପଦବୀରେ ଭର୍ତ୍ତି କରାଯିବ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଯେଉଁମାନେ ଆବେଦନ କରିବେ ସେମାନଙ୍କ ଜନ୍ମତାରିଖ ୨୨.୦୫.୧୯୯୨ ରୁ ୨୨.୫.୨୦୦୪ ଭିତରେ ହେବା ଜରୁରୀ।

ଚୟନ ପ୍ରକ୍ରିୟା : ଏଠାରେ ଚୟନ ମେରିଟ୍‌ ଆଧାରରେ କରାଯିବ।

job application
abp news

କେମିତି କରିବେ ଆବେଦନ :

ଅନଲାଇନ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ www.ongcapprentices.ongc.co.in କୁ ଯାଇ ନିଜର ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ ୨ ଭାଗରେ ହେବ। ପାର୍ଟ-୧, ପାର୍ଟ-୨ ହୋଇ ରେଜିଷ୍ଟ୍ରେସନ ହେବ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.ongcindia.com/wps/wcm/connect/51c69bfd-8efe-4f07-bb01-54592ba9b521/Amendment-Advt.pdf?MOD=AJPERES&CONVERT_TO=url&CACHEID=ROOTWORKSPACE-51c69bfd-8efe-4f07-bb01-54592ba9b521-o2K21fh

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.