Below header

୧ ଏପ୍ରିଲରୁ ରଦ୍ଦ ହୋଇପାରେ ଆପଣଙ୍କ ପାନ କାର୍ଡ, ଯଦି କରୁ ନାହାନ୍ତି ଏହି କାମ

ନୂଆଦିଲ୍ଲୀ : ଆପଣଙ୍କ ପରମାଣ୍ଟେଟ୍ ଆକାଉଣ୍ଟ ନମ୍ବର (PAN)କାର୍ଡ ଆପଣଙ୍କ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଆପଣ ଜାଣିଥିବେ। ଏହା କେବଳ ଇନକମ୍ ଟ୍ୟାକ୍ସରିଟର୍ଣ୍ଣ ଭରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ବରଂ ଏହା ବିଭିନ୍ନ ସ୍ଥାନରେ ପରିଚୟପତ୍ର ହିସାବରେ ମଧ୍ୟ ବ୍ୟବହାର ହୋଇଥାଏ। ଯଦି ଏମତିରେ ଆପଣଙ୍କ ପାନ କାର୍ଡ ରଦ୍ଦ ହୋଇଯାଏ ତେବେ ଆପଣଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିବ। ତେବେ ଏନେଇ ଯଦି ଆପଣ ଗୋଟିଏ କାମ ମାର୍ଚ୍ଚ ୩୧ ସୁଧା ଶେଷ କରୁନାହାନ୍ତି ତେବେ ଆପଣଙ୍କ ପାନ କାର୍ଡ ରଦ୍ଦ ହେବାର ଖୁବ ସମ୍ଭାବନା ରହିଛି। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

aadhaar-reuters

ସୂଚନାଅନୁଯାୟୀ, ପାନକାର୍ଡ କୁ ଆଧାର କାର୍ଡ ସହ ଲିଙ୍କ କରିବାର ଅନ୍ତିମ ତାରିଖ ୩୧ ମାର୍ଚ୍ଚ ୨୦୧୯ ରହିଛି। ଯଦି ଏହି ସମୟ ସୀମା ମଧ୍ୟରେ ଆପଣ ଆଧାରକୁ ପାନ ସହ ଲିଙ୍କ କରୁନାହାନ୍ତି ତେବେ ଆପଣଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିବ। ଗତବର୍ଷ ମଧ୍ୟ ସରକାର ୧୧.୪୪ଲକ୍ଷ ପାନ୍ କାର୍ଡକୁ ବନ୍ଦ କରିଦେଇ ତାହାକୁ ନିଷ୍କ୍ରିୟ ବିଭାଗରେ ପକାଇଦେଇଥିଲେ। ସେହିପରି ଯଦି ଏହି ୩୧ ମାର୍ଚ୍ଚ ମଧ୍ୟରେ ଆପଣ ଲିଙ୍କ୍ କରୁନାହାନ୍ତି ତେବେ ଆପଣଙ୍କ ପାନକାର୍ଡ ରଦ୍ଦ ହେବାର ଖୁବ୍ ସମ୍ଭାବନା ରହିଛି।

aadhar link

ଗତବର୍ଷ ସରକାର ଟ୍ୟାକ୍ସପେୟର୍ସରୁ ଆୟକର ରିଟର୍ଣ୍ଣ ଭରିବା ପାଇଁ ପାନ ଏବଂ ଆଧାର ଯୋଡିବା ପାଇଁ କହିଥିଲେ। ମାର୍ଚ୍ଚ ୨୦୧୮ ପର‌୍ୟ୍ୟନ୍ତ ପାନ୍ ଏବଂ ଆଧାର ଲିଙ୍କ କରିବାର ଶେଷ ତାରିଖ ରହିଥିବା ବେଳେ ପରେ ଏହି ଡେଡଲାଇନକୁ ବଢ଼ାଇ ୩୧ ଅଗଷ୍ଟ ୨୦୧୮ କରାଯାଇଥିଲା। କିନ୍ତୁ ପରେ ପୁଣି ଏହାକୁ ବଢ଼ାଇ ୩୧ ମାର୍ଚ୍ଚ ୨୦୧୯ ମସିହା କରାଯାଇଥିଲା। ଏବେ କିନ୍ତୁ ଏହି ସମୟସୀମା ମଧ୍ୟରେ ଆଧାର ଏବଂ ପାନକୁ ଲିଙ୍କ ନ କରାଯାଉଛି ତେବେ ନାହିଁ ନଥିବା ଅସୁବିଧାର ସମ୍ନା କରିବାକୁ ପଡିବ।

ପାନକାର୍ଡ ଏବଂ ଆଧାର ଲିଙ୍କ ହୋଇନଥିଲେ ଇନକମ୍ ଟ୍ୟକ୍ସ ଆକ୍ଟ ଧାରା ୧୩୯AA ଅନ୍ତର୍ଗତ ପାନକୁ ଇନଭ୍ୟାଲିଡ କୁହାଯିବ। ଏହା ଦ୍ବାରା ଆପଣ ଅନଲାଇନ ITR ଫାଇଲ ମଧ୍ୟ କରିପାରିବେ ନାହିଁ। କାରଣ ଏହା ଦ୍ବାରା ଆପଣଙ୍କ ପାନ କାର୍ଡ ଇନଭ୍ୟାଲିଡ ହୋଇଯିବ।

Pan-aadhar-

 

କିପରି କରିବେ ଲିଙ୍କ :

-ସର୍ବ ପ୍ରଥମେ ଆକାଉଣ୍ଟ ଖୋଳିବା ପାଇଁ ଆୟକର ବିଭାଗର ଇଫାଇଲ ୱେବସାଇଟରେ ରେଜିଷ୍ଟର କରନ୍ତୁ।

-ଏଠାରେ ଲିଙ୍କ ଆଧାରର ଏକ ଅପସନ ଆସିବ। ଏଠାରେ କ୍ଳିକ୍ କରନ୍ତୁ।

-ଲଗଅନ୍ କରି ଆକାଉଣ୍ଟରେ ଫ୍ରି ପ୍ରୋଫାଇଲ ସେଟିଂକୁ ଯାଆନ୍ତୁ। ସେଠାରେ ଆଧାର ଲିଙ୍କ କରିବା ଅପସନକୁ ଚୟନ କରି, ନିଜର ଆଧାର ନମ୍ବର ଦିଅନ୍ତୁ।

– ଏହାପରେ କ୍ୟପ୍ଚକୁ ଲେଖି ସବମିଟ ଅପସନ୍ କ୍ଳିକ୍ କରନ୍ତୁ। ଏହାପରେ ଆପଣଙ୍କ ଆଧାର ସହ ପାନ ଲିଙ୍କ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.