Below header

ଏବେ ଅପେରେସନ୍ ସମୟରେ ଡାକ୍ତରଙ୍କୁ ସାହାର୍ଯ୍ୟ କରିବ ସ୍ମାର୍ଟ ସ୍ପିକର

ଲସଏଞ୍ଜଲସ : ଆଗାମୀ ଭିବିଷ୍ୟତରେ ସ୍ମାର୍ଟ ସ୍ପିକର ମାଧ୍ୟମରେ ଡାକ୍ତର ମାନଙ୍କୁ କାମ କରିବା ହୋଇଯିବ ଆତି ସହଜ ।ଅପରେସନ ବେଳେ ଡାକ୍ତରମାନେ ଇଣ୍ଟରନ୍ୟାସନାଲ ରେଡିଓଲୋଜିଷ୍ଟଙ୍କୁ (ଆଇ.ଆର)ଯୋଗାଯୋଗ କରି ସାହାର୍ଯ୍ୟ ମାଗିପାରିବେ ।ଯଦି ଡାକ୍ତର କିଛି ସମସ୍ୟାରେ ପଡିଥିବେ ତେବେ ଏହି ସ୍ମାର୍ଟ ସ୍ପିକର ମାଧ୍ୟମରେ ସମସ୍ୟାର ସମାଧାନ ପାଇପାରିବେ । ଏହା ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି।

ଆମେରିକାର ୟୁନିଭରସଟି ଅଫ କାର୍ଲିଫର୍ଣ୍ଣିଆ ସୈନଫ୍ରାନସସିକୋ, ସଂସ୍ଥାର ରିସର୍ଚର କେବିନ ସିଲ୍ସ କହିଛନ୍ତି, ଚିକିତ୍ସା ସମୟରେ ଆଇ.ଆରର ବହୁତ ସୁଚନା ଚିକିତ୍ସକଙ୍କୁ ଆବଶ୍ୟକ ପଡିଥାଏ । ଡାକ୍ତର ମାନେ ଯେଉଁ ଅପରେସନ ଥିଏଟରରେ କାମ କରନ୍ତି ତାହା ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ ହୋଇଥାଏ । ତେଣୁ କାଳେ ଭାଇରସ ହୋଇଯିବ ସେହି ଭୟରେ ଡାକ୍ତର ମାନେ ଅପରେସନ ବେଳେ କୌଣସି କମ୍ପ୍ୟୁଟରର ସାହାର୍ଯ୍ୟ ନେଇନଥାନ୍ତି । କିନ୍ତୁ ଏବେ ଏଥିପାଇଁ ଅପରେଟିଙ୍ଗ ରୁମରେ ଏହି ସ୍ମାର୍ଟ ସ୍ପିକର ଡାକ୍ତରଙ୍କୁ ସାହାର୍ଯ୍ୟ କରିପାରିବ । ଏହା ଆବଶ୍ଯକ ସାହାଯ୍ଯ ଡାକ୍ତରଙ୍କୁ ଯୋଗାଇଦେବ ।

ବର୍ତ୍ତମାନ ଚାଲୁଥିବା ଗୁଗୁଲ ସ୍ମାର୍ଟ ସ୍ପିକର ଯେଉଁ ଭଳି ଭାବରେ ଲିଭିଙ୍ଗରୁମରେ ରହି କମାଣ୍ଡ ଶୁଣି ଗୀତ ଓ ଇନଫରମେସନ ଦେଇଥାଏ ,ସେହିଭଳି ଆଗାମୀ ଜେନେରେସନ ଏହି ସ୍ମାର୍ଟ ସ୍ପିକର ବିଭିନ୍ନ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.