Below header

ମୋବାଇଲ ନମ୍ବରର ସଂଖ୍ଯା ୧୦ ପରିବର୍ତ୍ତେ ହେବ ୧୧, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇପାରେ। ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ଗତକାଲି ଏକ ପ୍ରସ୍ତାବ ଲଞ୍ଚ କରିଛି। ଏହି ପ୍ରସ୍ତାବରେ ଟ୍ରାଇ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ସୂଚନା ଦେଇଛି। ଟ୍ରାଇ କହିବାନୁଯାୟୀ ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ ନମ୍ବରରେ ବଦଳାଇବା ପରେ ଦେଶରେ ଅଧିକାଂଶ ନମ୍ବର ଉପଲବ୍ଧ ହୋଇପାରିବ।

ଦେଶରେ ମୋବାଇଲ ନମ୍ବରର କ୍ଷମତା ବୃଦ୍ଧିପାଇ ୧ହଜାର କୋଟି ହେବ

ଟ୍ରାଇ ଏହି ପ୍ରସ୍ତାବରେ କହିଛି, ମୋବାଇଲ ନମ୍ବରର ପ୍ରଥମ ଅଙ୍କ ଯଦି ୯ ରଖାଯାଏ ତେବେ ୧୦ ରୁ ୧୧ ଅଙ୍କ ମୋବଇଲ ନମ୍ବରରେ ସ୍ବିଚ୍ ହେବା ଦ୍ବାରା ଦେଶରେ ସମୁଦାୟ ୧୦ ବିଲିୟନ (୧୦୦୦କୋଟି) ନମ୍ବର କ୍ଷମତା ହୋଇଯିବ।

ppକଲ୍ କରିବା ସମୟରେ ନମ୍ବର ଆଗରେ ଲଗାଇବାକୁ ପଡିବ ‘୦’

ଏହାବ୍ଯତୀତ ଟ୍ରାଇ ଫିକ୍ସ ଲାଇନରୁ କଲ କରିବା ସମୟରେ ମୋବାଇଲ ନମ୍ବର ଆଗରେ ‘୦’ ଲଗାଇବାର ସୂଚନା ମଧ୍ଯ ଜାରି କରିଛି। ବର୍ତ୍ତମାନ କଥା କହିବାକୁ ଗଲେ ଫିକ୍ସ ଲାଇନ କନେକ୍ସନରୁ ଇଣ୍ଟର-ସର୍ଭିସ ଏରିଆ ମୋବାଇଲ କଲ୍ ପାଇଁ ନମ୍ବର ଆରମ୍ଭରେ ଶୂନ୍ଯ ଲଗାଇବା ଆବଶ୍ଯକ ରହିଛି। ଅର୍ଥାତ ମୋବାଇଲ ନମ୍ବରକୁ ଲ୍ଯାଣ୍ଡଲାଇନ୍ ରେ ଆରମ୍ଭରେ ଶୂନ୍ଯ ନଲଗାଇ ମଧ୍ଯ ଆକ୍ସେସ୍ କରାଯାଇପାରିବ। ଏଥିସହ ଟ୍ରାଇ କହିବାନୁଯାୟୀ ଫିକ୍ସ ନେଟୱାର୍କରୁ ମୋବାଇଲ ନମ୍ବରକୁ କଲ କରିବା ପାଇଁ ଜିରୋ ଲଗାଇବା ଅନିବାର୍ଯ୍ଯ ହେବା ଦ୍ବାରା ଲେବଲ୍ ୨,୩,୪ ଏବଂ ୬ରେ ସମସ୍ତ ଫ୍ରି ସବ-ଲେବଲ୍ସକୁ ମୋବାଇଲ ନମ୍ବର ସ୍ତରରେ ବ୍ଯବହାର କରାଯାଇପାରିବ।

smartphoneବହୁତ ଜଲଦି ଆସିବ ନ୍ଯାସନାଲ ନମ୍ବରିଂ ପ୍ଲାନ

ଏହାବ୍ଯତୀତ ଏକ ନୂଆ ନ୍ଯାସନାଲ ନମ୍ବରିଂ ପ୍ଲାନ ସମ୍ପର୍କରେ ମଧ୍ଯ ସୂଚନା ଦିଆଯାଇଛି, ଯାହାକୁ ବହୁତ ଜଲଦି ଉପଲବ୍ଧ କରାଯିବ। ଏଥିସହ ଟ୍ରାଇ ପାଇଁ ଡଙ୍ଗଲେସ୍ ପାଇଁ ବ୍ଯବହାର ହେଉଥିବା ନମ୍ବରକୁ ୧୦ ଅଙ୍କରୁ ବଢାଯାଇ ୧୩ ଅଙ୍କ ବିଶିଷ୍ଯ କରିବା ପାଇଁ ମଧ୍ଯ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.