ଉତ୍ତରପ୍ରଦେଶ ମିରଟରେ ଘଟିଛି ଅଜବ ଘଟଣା: ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ସ୍ୱାବ ନେଇ ଛୁ ମାରିଲେ ମାଙ୍କଡ ଦଳ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମିରଟରେ ଅଜବ ଘଟଣା ଦେଖିବାକୁ ମିଳିଛି । ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡମାନେ ନେଇଥିବା ଖବର ମିଳିଛି । ମିରଟ ମେଡିକାଲ କଲେଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଲାବୋରେଟେରୀ ଟେକନିସିଆନ୍‌ କରୋନା ସନ୍ଦିଗ୍ଧ ମାନଙ୍କଠାରୁ ନମୁନା ନେଇ ମେଡିକାଲ କଲେଜ ପରିସରରେ ଯାଉଥିବା ବେଳେ ହଠାତ୍‌ ମାଙ୍କଡ଼ ଦଳ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କଠାରୁ ସମସ୍ତ ନମୁନା ଛଡେଇନେଇ ପଳାଇଥିଲେ ।

https://www.facebook.com/knewsodisha/videos/1612691435577691/

ସବୁଠାରୁ ଚିନ୍ତାଜନକ କଥା କିଛି ମାଙ୍କଡମାନେ ଏକ ଗଛ ଉପରେ ଚଢ଼ି ଯାଇ ଉକ୍ତ ସ୍ୱାବ ଗୁଡିକୁ ଖାଉଥିବା ଦେଖିବାକୁ ମିଳିଛି । କିଛି ମାଙ୍କଡ଼ ଛୋଟ ବୋତଲ ଗୁଡିକୁ ଏଣେତେଣେ ଫୋପଡା ଫୋପଡି ମଧ୍ଯ କରିଥିଲେ । ମାଙ୍କଡ଼ମାନେ ସ୍ୱାବ ନମୁନା ଖାଇ ଦେଇଥିବାରୁ ସେମାନଙ୍କ ଶରୀରରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଯଦି ଏପରି ହୁଏ ତେବେ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଦେଇଛି ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.