Below header

ବାଲେଶ୍ୱର: ରେମୁଣା ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍, ୭ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍। ଏହି ବସଟି କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଏନେଇ ଖବର ପାଇବାପରେ ସ୍ଥାନୀୟ ଲୋକେ ଓ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବସରେ ଫସିରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.