Below header

କମୁଛି ସୁନା ଦର, ୧୦ ଗ୍ରାମ ପିଛା ହ୍ରାସ ପାଇଲା ଏତିକି ଟଙ୍କା….

ଲକ ଡାଉନ ୪.୦ ର ଶେଷ ଆଡକୁ ଉଭୟ ସୁନା ଓ ରୂପା ଶସ୍ତା ହୋଇଛି । ଶୁକ୍ରବାର ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୭୬ ଟଙ୍କା ହ୍ରାସ ପାଇ ୪୬୮୧୯ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି । ଯେବେକି ଗୁରୁବାର ଏହା ଥିଲା ୪୬୯୯୫ ଟଙ୍କା । ଅନ୍ୟ ପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୬୧ ଟଙ୍କା ହ୍ରାସ ପାଇ ୪୨୮୮୬ ରେ ପହଂଚିଛି । ଠିକ ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୧୦୩ ଟଙ୍କା କମି ୨୭୪୯୨ ରୁ ୨୭୩୮୯ ଟଙ୍କା ହୋଇଛି । ପରି ରୂପା ଦର ବି କିଲୋଗ୍ରାମ ପ୍ରତି ୩୫ ଟଙ୍କା କମି ୪୭୮୭୦ ଟଙ୍କା ହୋଇଥିବା ଜଣାଯାଇଛି | ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ଦର ୪୭୯୦୫ ଟଙ୍କା ଥିଲା । କହିରଖିବା ଉଚିତ ହେବକି ଇଣ୍ଡିଆ ବୁଲିୟନ ଆଣ୍ଡ ଜେବେଲର୍ସ ଆସୋସିଏସନର ୱେବ ସାଇଟ ତରଫରୁ ହିଁ ସୁନା- ଚାନ୍ଦି ଦର ଗୁଡିକର ଅପଡ଼େଟ ଦିଆଯାଇଥାଏ ।

ଠିକ ସେହିପରି ବିଶ୍ୱ ବଜାରରେ ଚାନ୍ଦି ଦରରେ ବି ଏକ ଭାରି ପରିବର୍ତ୍ତନ ଆସିଛି । ଶୁକ୍ରବାର ଚାନ୍ଦି ଦର ୦.୧୩ ପ୍ରତିଶତ ବୃଦ୍ଧି ପାଇ ଏହି ମୂଲ୍ୟ ୪୮, ୬୧୯ ରେ ପହଂଚିଛି । ମଲ୍ଟି କମୋଡିଟି ଜୁଲାଇ ମାସ ଦର ଅନୁଯାୟୀ ଚାନ୍ଦି ଦର ୦.୧୩ ପ୍ରତିଶତ ବା୬୧ ଟଙ୍କା ବଢ଼ି ୪୮, ୬୧୯ ଟଙ୍କାରେ ପହଞ୍ଚିଛି । ସୁନା ଓ ରୂପା ବତ୍ତୀତ ପ୍ଳଟିନମ, ପାଲାଡିୟମ ପରି ମୂଲ୍ୟବାନ ଧାତୁ ଗୁଡିକରେ ବି ବଡ ଧରଣର ହ୍ରାସ ଘଟିଛି । ପ୍ଳାଟିନମ ମୂଲ୍ୟ ଆଉନ୍ସ ପିଛା ୮୨୫.୭୨ ଡ଼ଲାରରେ ପହଞ୍ଚିଥିବା ବେଳେ ପୋଲାଡିୟମ ମୂଲ୍ୟ ଆଉନ୍ସ ପ୍ରତି ୧୮୯୯.୭୯ ଡ଼ଲାର ହିସାବରେ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.