ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଦୁଇଟି ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ବରଗଡ଼: ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ। ତେବେ ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଲା । ତେବେ ୬ କରୋନା ପଜିଟିଭଙ୍କ ଭିତରୁ ଭେଡେନ୍ ବ୍ଲକର ୪ ଜଣ ଓ ଭଟଲି ବ୍ଲକର ୨ ଜଣ ଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲେ ବରଗଡ଼ ଜିଲ୍ଳାପାଳ ।

tweet

ଏହାସହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨ ଟି ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲପାଳ। ବରଗଡ଼ ଜିଲ୍ଳାରୁ ଏକାସାଙ୍ଗରେ ୬ କରୋନା ପଜିଟିଭ୍ ବାରିବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.