ବାରଣାସୀରେ ଟିକଟକ୍ ନେଲା ଜୀବନ, ଗାଧୋଇବା ବେଳେ ଚାଲିଗଲା ୫ସାଙ୍ଗଙ୍କ ଜୀବନ

ବାରଣାସୀ ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଙ୍ଗା କୂଳରେ ୫ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣି ବୁଡିଯାଇ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗର ଅଞ୍ଚଳର ୨ ଅଞ୍ଚଳ ୱାରୀ ଗଢହୀ ଏବଂ ସିୱାନର ହୋଇଥିବା ବେଳେ ସମସ୍ତେ ସ୍କୁଲ ଛାତ୍ରୀ ଏବଂ ସମସ୍ତଙ୍କ ବୟସ ୧୫ ରୁ ୧୮ ବର୍ଷ ହୋଇଥିବା ସୂଚନା ମିଳିଛି।

Varanasiସୂଚନାଯୋଗ୍ଯ ସେମାନେ ଗାଧୋଇବା ସମୟରେ ଟିକଟକ୍ ଭିଡିଓ କରୁଥିବା ନେଇ ଏଭଳି ଦୁଘର୍ଟଣା ଘଟିଥିବା ସୂଚନା ମିଳୁଛି। ଅନ୍ଯପଟେ ଟିକଟକ୍ ଭିଡିଓ କରିବା ଦ୍ବାରା ଦୁଘର୍ଟଣା ଘଟିଥିବା ନେଇ ପୋଲିସ ଅରାଜି ହୋଇଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପୋଲିସ ୫ଜଣକ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.