Below header

ବହୁ ପ୍ରତୀକ୍ଷା ପରେ WhatsApp ଲଞ୍ଚ୍‌ କଲା ଡାର୍କ ମୋଡ୍‌ ଫିଚର, ଏମିତି କରନ୍ତୁ ଆପ୍ଲାଏ

ବହୁଦିନର ପ୍ରତୀକ୍ଷା ପରେ ଶେଷରେ WhatsApp ଲଞ୍ଚ୍‌ କରିଛି ଡାର୍କ ମୋଡ୍‌ ଫିଚର। ଏହି ଫିଚର ଆସିବାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜୋର୍‌ ଧରିଥିଲା। ମଝିରେ ଏହି ଫିଚର ଆସିବ ନାହିଁ ବୋଲି ବି ଗୁଜବ ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନୀ ତରଫରୁ ଡାର୍କ ମୋଡ୍‌ ଫିଚରକୁ ଲଞ୍ଚ୍‌ କରାଯାଇଛି। ଏହି ଅପ୍‌ଡେଟ୍‌ ଆପ୍‌ର ୨.୨୦.୧୩ ଭର୍ସନ ଆସିଛି।

Image result for whatsapp dark mode

ଯଦି ଆପଣ ବିଟା ଟେଷ୍ଟର ଓ ଏବେ ପର୍ଯ୍ୟନ୍ତ ଅପ୍‌ଡେଟ୍‌ କରିନାହାନ୍ତି ତେବେ ପ୍ଲେ-ଷ୍ଟୋରରୁ ପ୍ରଥମେ ହ୍ଵାଟ୍ସଆପ୍‌କୁ ଅପ୍‌ଡେଟ୍‌ କରିଦିଅନ୍ତୁ। ଆପଣ ଚାହିଁଲେ WhatsApp beta v2.20.13 APK କୁ APKMirror ରୁୁ ମଧ୍ୟ ଲୋଡ୍‌ କରିପାରିବେ।

ଏମିତି କରନ୍ତୁ ଡାର୍କ ମୋଡ୍‌ ଅନ୍‌:

Image result for whatsapp dark mode

  • ସ୍ମାର୍ଟଫୋନ୍‌ରେ ଡାର୍କ ମୋଡ୍‌ ଫିଚରକୁ ଅନ୍‌ କରିବା ଖୁବ୍‌ ସହଜ। ଏଥିପାଇଁ କେବଳ କେତେକ ସେଟିଂକୁ ପରିବର୍ତ୍ତନ କରିବାକୁ ହେବ।
  • ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ WhatsApp କୁ ଅପ୍‌ଡେଟ୍‌ କରନ୍ତୁ।
  • ଆପ୍‌ ଖୋଲିବା ପରେ ହ୍ଵାଟ୍ସ ଆପ୍‌ ସେଟିଂକୁ ଯାଆନ୍ତୁ।
  • ଏବେ ଚାଟ୍‌ ସିଲେକ୍ଟ କରନ୍ତୁ।
  • ବର୍ତ୍ତମାନ ଥିମ୍‌ ଚୟନ କରନ୍ତୁ।
  • ଏଥିରେ ଥବା ଅପସନ୍‌ ମଧ୍ୟରୁ ଡାର୍କ ବିକଳ୍ପକୁ ଚୟନ କରନ୍ତୁ ଓ ତା’ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କ ହ୍ଵାଟ୍ସଆପ୍‌ରେ ଡାର୍କ ମୋଡ୍‌ ଅନ୍‌ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.