ଲକଡାଉନ ସମୟରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ଆଜିଠାରୁ ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର; ଜାଣନ୍ତୁ କେତେ ?

ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ଆଜିଠାରୁ ୧୪.୨ କିଲୋଗ୍ରାମ ଅଣ-ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦାମରେ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଯାହାର ପୂର୍ବ ମୂଲ୍ୟ ୮୦୫.୫୦ଟଙ୍କା ଥିଲା ଏବେ କମିବା ଫଳରେ ଏହାର ଦାମ ୭୪୪ ଟଙ୍କା ରହିଛି। ସେହିପରି କଲିକତାରେ ୭୪୪.୫୦, ମୁମ୍ବାଇରେ ୭୧୪.୫୦ ଟଙ୍କା ଏବଂ ଚେନ୍ନାଇରେ ୭୬୧.୫୦ ଟଙ୍କା ରହିଛି। ପୂର୍ବରୁ ଏହି ଦାମ ଯଥାକ୍ରମେ ୮୩୯.୫୦ଟ, ୭୭୬.୫୦ ଟ. ଏବଂ ୮୨୬ ଟଙ୍କା ରହିଥିଲା।

LPG

ଏହାର ଅତିରିକ୍ତ କମ୍ପାନୀ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମରେ ମଧ୍ୟ ହ୍ରାସ କରିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରରେ ୯୬ ଟଙ୍କା ଶସ୍ତା କରିଛି। ପୂର୍ବରୁ ଏହାର ଦାମ ୧,୩୮୧.୫୦ ଟଙ୍କା ରହିଥିବା ବେଳେ ଏବେ ଗ୍ରାହକଙ୍କୁ ୧,୨୮୫.୫୦ ଟଙ୍କାରେ ମିଳିବ। ଲକଡାଉନକୁ ଦୃଷ୍ଟିରେ ରଖି ୧୫ ଦିନ ମଧ୍ୟରେ ଆପଣ ଗ୍ୟାସ୍‌ର ବୁକିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.